ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ଜନତାଙ୍କ ଉପରେ ମହଙ୍ଗାମାଡାର ଝଟକା । ଲଗାତାର ବଢିଚାଲିଛି ତୈଳ ଦର । ଲାଗୁନି ବ୍ରେକ । ତୈଳ କମ୍ପାନୀ ପକ୍ଷରୁ ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟିଛି । ପେଟ୍ରୋଲ ଦରରେ ୭୬ ରୁ ୮୫ ପଇସା ପର୍ଯ୍ୟନ୍ତ ବୃଦ୍ଧି ହୋଇଥିବା ବେଳେ ଡିଜେଲ ଦରରେ ୬୭ ରୁ ୭୫ ପଇସା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି ।
ଆଇଓସିଏଲ ର ସୂଚନା ଅନୁସାରେ ଆଜି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର ୧୦୧.୦୧ ରହିଥିବା ବେଳେ ଡିଜେଲ ଲିଟର ପିଛା ଦର ୯୨.୨୭ ଟଙ୍କା ରହିଛି । ସେହିପରି କୋଲକାତାରେ ପେଟ୍ରୋଲ ଦର ୧୧୦.୫୨ ଟଙ୍କା ଏବଂ ଡିଜେଲ ୯୫.୪୨ ଟଙ୍କା ରହିଛ । ମୁମ୍ବାଇରେ ପେଟ୍ରୋଲ ଦର ୧୧୫.୮୮ ଟଙ୍କା ଏବଂ ଡିଜେଲ ଦର ୧୦୦.୧୦ ଟଙ୍କା ରହିଥିବା ବେଳେ ଚେନ୍ନାଇରେ ପେଟ୍ରୋଲ ଦର ୧୦୬.୬୯ ଟଙ୍କା ଏବଂ ଡିଜେଲ ୯୬.୭୬ ଟଙ୍କା ରହିଛି ।
ସୂଚନାଯୋଗ୍ୟ ଓଡିଶା, ମଧ୍ୟପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ,ତେଲେଙ୍ଗାନା, କର୍ଣ୍ଣାଟକ, ଜମ୍ମୁ-କଶ୍ମୀର ଏବଂ ଲଦାଖରେ ପେଟ୍ରୋଲ ଦର ୧୦୦ ଉପରେ ରହିଛି ।