ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କ୍ରମାଗତ ଭାବେ ୧୬ ଦିନ ହେବ ବଢି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଆଜି ବି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହୋଇଛି । ପେଟ୍ରୋଲ ଲିଟର ପିଛା ଦର ୩୩ ପଇସା ବୃଦ୍ଧି ହୋଇଥିବା ବେଳେ ଡିଜେଲ ଲିଟର ପିଛା ଦର ୫୮ ପଇସା ବୃଦ୍ଧି ହୋଇଛି । ଏହାପରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର ୭୯ ଟଙ୍କା ୫୬ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ଦର ୭୮ ଟଙ୍କା ୫୫ ପଇସାରେ ପହଁଚିଛି ।
ସେହିପରି ଦିଲ୍ଲୀ ବ୍ୟତିତ ଅନ୍ୟମହାନଗର କଥା ଯଦି ଦେଖିବା ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ଦର ୮୨.୮୭ ଟଙ୍କା ଏବଂ ଡିଜେଲ ଲିଟର ପିଛା ଦର ୭୬.୩୦ ଟଙ୍କାରେ ପହଁଚିଛି । କୋଲକାତା ରେ ପେଟ୍ରୋଲ ଦର ୮୧.୨୭ ଟଙ୍କା ହୋଇଥିବା ବେଳେ ଡିଜେଲ ଦର ୭୪.୧୪ ଟଙ୍କାକୁ ବୃଦ୍ଧି ପାଇଛି, ମୁମ୍ବାଇରେ ପେଟ୍ରୋଲ ଦର ୮୬.୩୬ ଏବଂ ଡିଜେଲ ଦର ୭୭.୨୪ ରେ ପହଁଚିଛି ।
ପ୍ରତ୍ୟେକ ଦିନ ସକାଳ ୬ଟାରୁ ପେଟ୍ରୋଲ ଏବଂ ଡିଜେଲ ଦରରେ ପରିବର୍ତ୍ତନ ହୋଇଥାଏ । ଏହାପରେ ନୂତନ ଦର ଲାଗୁ ହୋଇଥାଏ ।