ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କ୍ରମାଗତ ଭାବେ ଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଆଜି ବି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହୋଇଛି । ପେଟ୍ରୋଲ ଲିଟର ପିଛା ଦର ୨୫ ପଇସା ଏବଂ ଡିଜେଲ ଲିଟର ପିଛା ଦର ୨୧ ପଇସା ବୃଦ୍ଧି ହୋଇଛି । ଗତ ୨୧ ଦିନ ମଧ୍ୟରେ ଡିଜେଲ ୧୧ ଟଙ୍କା ଏବଂ ପେଟ୍ରୋଲ ୯ଟଙ୍କା ୧୨ ପଇସା ମହଙ୍ଗା ହୋଇଛି । ଏହାପରେ ରାଜଧାନରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର ୮୦ ଟଙ୍କା ୩୮ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ଦର ୮୦ ଟଙ୍କା ୪୦ ପଇସାରେ ପହଁଚିଛି ।
ସେହିଅନୁଯାୟୀ, ମୁମ୍ବାଇ, ଲକ୍ଷେ୍ନø, ପଟନା, କୋଲକାତାରେ ପେଟ୍ରୋଲ ଦର କ୍ରମଶଃ: ୮୭.୧୪, ୮୦.୯୪, ୮୩.୨୭ ଏବଂ ୮୨.୦୫ ଟଙ୍କା ହୋଇଥିବା ବେଳେ ଡିଜେଲ ଦର କ୍ରମଶଃ ୭୮.୭୧, ୭୨.୩୭, ୭୭.୩୦ ଏବଂ ୭୫.୪୨ ଟଙ୍କାରେ ପହଁଚିଛି ।
ପ୍ରତ୍ୟେକ ଦିନ ସକାଲ ଛଅ ଟାରୁ ପେଟ୍ରୋଲ ଏବଂ ଡିଜେଲ ଦରରେ ପରିବର୍ତ୍ତନ ହୋଇଥାଏ । ଏହାପରେ ନୂତନ ଦର ଲାଗୁ ହୋଇଥାଏ ।