ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ପାଇଁ ପେଟ୍ରୋଲ ଓ ଡିଜେଲର ଦାମ ଜାରି କରି ତୈଳ କମ୍ପାନୀ । ଆଜି କମ୍ପାନୀ କେବଳ ଦିଲ୍ଲୀ ଏବଂ ଚେନ୍ନାଇରେ ତୈଳ ଦାମରେ ପରିବର୍ତ୍ତନ କରିଛି । କିଛି ମାସ ପୂର୍ବରୁ ସରକାର ପେଟ୍ରୋଲ-ଡିଜେଲ ଦାମ ହ୍ରାସ କରିବାକୁ ଘୋଷଣା କରିଥିଲେ । ଦେଶରେ ପାଖାପାଖି ଚାରି ମାସରୁ ଅଧିକ ସମୟ ହେବ ତୈଳ ଦର ସ୍ଥିର ରହିଛି ।
ଆଜି ଦିଲ୍ଲୀରେ ଏକ ଲିଟର ପିଛା ପେଟ୍ରୋଲ ଦାମ ୯୬.୭୨ ଟଙ୍କା ରହିଥିବା ବେଳେ ଡିଜେଲ ଦାମ ୮୯.୬୨ ଟଙ୍କା ରହିଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦାମ ୧୦୬.୩୧ ଟଙ୍କା ଏବଂ ଡିଜେଲ ଦାମ ୯୪.୨୭ ଟଙ୍କା, କୋଲକାତାରେ ପେଟ୍ରୋଲ ଦାମ ୧୦୬.୦୩ ଟଙ୍କା ଏବଂ ଡିଜେଲ ଦାମ ୯୨.୭୬ ଟଙ୍କା, ଚେନ୍ନାଇରେ ପେଟ୍ରୋଲ ଦାମ ୧୦୨.୬୩ ଟଙ୍କା ଏବଂ ଡିଜେଲ ଦାମ ୯୪.୨୪ ଟଙ୍କା ରହିଛି ।