ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ଜନତାଙ୍କ ଉପରେ ମହଙ୍ଗାମାଡ ଜାରି ରହିଛି । ଲଗାତାର ତୈଳ ଦର ବୃଦ୍ଧି ହେବାରେ ଲାଗିଛି । ୧୫ ଦିନ ମଧ୍ୟରେ କେବଳ ଦୁଇ ଦିନ ତୈଳ ଦରରେ କୌଣସି ପରିବର୍ତ୍ତନ ହୋଇନଥିଲା । ତୈଳ କମ୍ପାନୀ ପକ୍ଷରୁ ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟିଛି । ପେଟ୍ରୋଲ ଓ ଡିଜେଲ ଦରରେ ୮୦ ପଇସା ବୃଦ୍ଧି ହୋଇଛି ।
ଆଇଓସିଏଲ ର ସୂଚନା ଅନୁସାରେ ଆଜି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର ୧୦୪.୬୧ ରହିଥିବା ବେଳେ ଡିଜେଲ ଲିଟର ପିଛା ଦର ୯୫.୮୭ ଟଙ୍କା ରହିଛି । ସେହିପରି କୋଲକାତାରେ ପେଟ୍ରୋଲ ଦର ୧୧୪.୨୮ ଟଙ୍କା ଏବଂ ଡିଜେଲ ୯୯.୦୨ ଟଙ୍କା ରହିଛ । ମୁମ୍ବାଇରେ ପେଟ୍ରୋଲ ଦର ୧୧୯.୬୭ ଟଙ୍କା ଏବଂ ଡିଜେଲ ଦର ୧୦୩.୯୨ ଟଙ୍କା ରହିଥିବା ବେଳେ ଚେନ୍ନାଇରେ ପେଟ୍ରୋଲ ଦର ୧୧୦.୧୧ ଟଙ୍କା ଏବଂ ଡିଜେଲ ୧୦୦.୧୯ ଟଙ୍କା ରହିଛି ।