ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ମହଙ୍ଗାମାଡର ଶିକାର ହେଉଛନ୍ତି ଜନତା । ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେଉଥିବା ବେଳେ ତୈଳ କମ୍ପାନୀ ପକ୍ଷରୁ ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦରରେ ନିଆଁ ଲାଗିଛି ଅର୍ଥାତ ଦରରେ ବୃଦ୍ଧି ଘଟିଛି । ଡିଜେଲ ଦରରେ ୧୫ ରୁ ୧୬ ପଇସା ପର୍ଯ୍ୟନ୍ତ ବୃଦ୍ଧି ହୋଇଥିବା ବେଳେ ପେଟ୍ରୋଲ ଦରରେ ୩୪ ରୁ ୩୫ ପଇସା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି ।
ଆଇଓସିଏଲ ର ସୂଚନା ଅନୁସାରେ ଆଜି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର ୧୦୧.୫୪ ରହିଥିବା ବେଳେ ଡିଜେଲ ଲିଟର ପିଛା ଦର ୮୯.୮୭ ଟଙ୍କା ରହିଛି । ସେହିପରି କୋଲକାତାରେ ପେଟ୍ରୋଲ ଦର ୧୦୧.୭୪ ଟଙ୍କା ଏବଂ ଡିଜେଲ ୯୩.୦୨ ଟଙ୍କା ରହିଛ । ମୁମ୍ବାଇରେ ପେଟ୍ରୋଲ ଦର ୧୦୭.୫୪ ଟଙ୍କା ଏବଂ ଡିଜେଲ ଦର ୯୭.୪୫ ଟଙ୍କା ରହିଥିବା ବେଳେ ଚେନ୍ନାଇରେ ପେଟ୍ରୋଲ ଦର ୧୦୨.୨୩ ଟଙ୍କା ଏବଂ ଡିଜେଲ ୯୪.୩୯ ଟଙ୍କା ରହିଛି ।
ପେଟ୍ରୋଲ ଏବଂ ଡିଜେଲ ଦର ଆପଣ ଏସଏମଏସ ଜରିଆରେ ମଧ୍ୟ ଜାଣିପାରିବେ । ଇଣ୍ଡିଆନ ଅଏଲ ୱେବସାଇଟ ମୁତାବକ,ଆପଣଙ୍କୁ ଆରଏସଏପି ଏବଂ ଆପଣଙ୍କ ସହରର କୋଡ ଲେଖି ୯୨୨୪୯୯୨୨୪୯ ନମ୍ବରରେ ପଠାଇବାକୁ ହେବ । ପ୍ରତ୍ୟେକ ସହରର କୋଡ ଭିନ୍ନ ଭିନ୍ନ ହୋଇଥାଏ । ଯାହା ଆପଣଙ୍କୁ ଆଇଓସିଏଲ ର ୱେବସାଇଟ ମିଳିଯିବ ।
ସେହିପରି ପ୍ରତ୍ୟେକ ଦିନ ସକାଳ ୬ଟାରୁ ପେଟ୍ରୋଲ ଏବଂ ଡିଜେଲ ଦରରେ ପରିବର୍ତ୍ତନ ହୋଇଥାଏ । ଏହାପରେ ନୂତନ ଦର ଲାଗୁ ହୋଇଥାଏ ।