ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁଣି ଶସ୍ତା ହେଲା ପେଟ୍ରୋଲ ଏବଂ ଡିଜେଲ ଦର । ଅଏଲ ମାର୍କେଟିଙ୍ଗ କମ୍ପାନୀ (ଓଏମସି)ପକ୍ଷରୁ ପୁଣିଥରେ ପେଟ୍ରୋଲ ଲିଟର ପିଛା ୫ ପଇସା ଏବଂ ଡିଜେଲ ଲିଟର ପିଛା ୬ ପଇସା ହ୍ରାସ କରାଯାଇଛି । ଲଗାତର ଦୁଇଦିନ ପେଟ୍ରୋଲ ଏବଂ ଡିଜେଲ ଦରରେ ସ୍ଥିରତା ପରେ ଓଏମସି ପକ୍ଷରୁ ଦର ହ୍ରାସ କରାଯାଇଛି । ଏହି ଦର ହ୍ରାସ ହେବା ପରେ ଅକ୍ଟୋବର ମାସରେ ଏପର୍ଯ୍ୟନ୍ତ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧.୩୯ ଟଙ୍କା ଏବଂ ଡିଜେଲ ଲିଟର ପିଛା ୧.୩୮ ଟଙ୍କା ଶସ୍ତା ହୋଇଛି ।
ଇଣ୍ଡିଆନ୍ ଅଏଲ ୱେବସାଇଟ ମୁତାବକ, ମଙ୍ଗଳବାର ଦିନ ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇରେ ପେଟ୍ରୋଲ ଦର ଲିଟର ପିଛା କ୍ରମଶଃ ୭୩.୨୨ ଟଙ୍କା,୭୮.୮୩ ଟଙ୍କା, ୭୫.୮୭ ଟଙ୍କା ଏବଂ ୭୬.୦୪ ଟଙ୍କା ରହିଥିବା ବେଳେ ଡିଜେଲ ଦର ଲିଟର ପିଛା କ୍ରମଶଃ ୬୬.୧୧ ଟଙ୍କା, ୬୯.୨୯ ଟଙ୍କା, ୬୮.୪୭ ଟଙ୍କା ଏବଂ ୬୯.୮୩ ଟଙ୍କାରେ ଉପଲବ୍ଧ ।