ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁଣି ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ହୋଇଛି । ତେଲ କମ୍ପାନୀ ପକ୍ଷରୁ ପେଟ୍ରୋଲ ଲିଟର ପିଛା ଦର ୬ ପଇସା ଏବଂ ଡିଜେଲ ଲିଟର ପିଛା ଦର ୧୩ ପଇସା ବୃଦ୍ଧି ହୋଇଛି ।
ଗତ ତିନି ଦିନ ଭିତରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର ୨୭ ପଇସା ଏବଂ ଡିଜେଲ ୩୮ ପଇସା ମହଙ୍ଗା ହୋଇଛି । ଇଣ୍ଡିଆନ୍ ଅଏଲ ୱେବସାଇଟ୍ ମୁତାବକ, ଶନିବାର ଦିନ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇରେ ଡିଜେଲ ଏବଂ ପେଟ୍ରୋଲ ଦର କ୍ରମଶଃ: ୭୬.୦୧, ୮୧.୦୬,୭୮.୫୯, ଏବଂ ୭୮.୯୮ ଟଙ୍କାରେ ପହଁଚିଛି । ସେହିପରି ଡିଜେଲ ଦର କ୍ରମଶଃ: ୬୯.୧୭, ୭୨.୫୪, ୭୧.୫୪ ଏବଂ ୭୩.୦୧ ଟଙ୍କା ରେ ପହଁଚିଛି ।
ସେପଟେ ଆପଣ ଆପଣଙ୍କ ସହରରେ ପେଟ୍ରୋଲ ଏବଂ ଡିଜେଲ ଦର ନିୟମିତ ଭାବେ ଏସଏମଏସ ଜରିଆରେ ଚେକ୍ କରିପାରିବେ । ଇଣ୍ଡିଆଲ ଅଏଲର ର ଉପଭୋକ୍ତା ଆରଏସପି ଡିଲର କୋଡ ଲେଖି ୯୨୨୪୯୯୨୨୪୯ ନଂ ଏବଂ ଏଚପିସିଏଲର ଉପଭୋକ୍ତା ଏଚପିପ୍ରାଇସ ଡିଲର କୋଡ ଲେଖି ୯୨୨୨୨୦୧୧୨୨ ନଂ ରେ ପଠାଇ ପାରିବେ । ବିପିସିଏଲ ଉପଭୋକ୍ତା ଆରଏସପି ଡିଲର କୋଡ ଲେଖି ୯୨୨୩୧୧୨୨୨୨ ନମ୍ବରରେ ପଠାଇପାରିବେ ।
ସୂଚନାଯୋଗ୍ୟ, ପ୍ରତ୍ୟେକ ଦିନ ସକାଳ ୬ଟାରେ ପେଟ୍ରୋଏ ଏବଂ ଡିଜେଲ ଦରରେ ପରିବର୍ତ୍ତନ ହୋଇଥାଏ ।