ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲଗାତର ତୃତୀୟ ଦିନରେ ଆଜି ପୁଣି ପେଟ୍ରୋଲ ଦର ବୃଦ୍ଧି ହୋଇଛି । ପେଟ୍ରୋଲ ଦରରେ ୧୭ ପଇସା ବୃଦ୍ଧି କରାଯାଇଛି । ଏହାପରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର ୮୦.୯୦ ଟଙ୍କାରେ ପହଁଚିଛି ।
ମାତ୍ର ଡିଜେଲ ଦରରେ କୌଣସି ପ୍ରକାରର ପରିବର୍ତ୍ତନ ହୋଇନାହିଁ । ପୂର୍ବ ଭଳି ଡିଜେଲ ଦର ସ୍ଥିର ରହିଛି ।
ସେହିପରି ପେଟ୍ରୋଲ ଦର ବୃଦ୍ଧି ହେବା ପରେ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ଦର ୮୭.୫୮ ଟଙ୍କା, ଚେନ୍ନାଇରେ ୮୩.୯୯ ଟଙ୍କା, କୋଲକାତାରେ ୮୨.୪୩ ଟଙ୍କା , ବେଙ୍ଗାଲୁରୁରେ ୮୩.୫୨ ଟଙ୍କା ହୋଇଛି ।
ତେଲ କମ୍ପାନୀ ପକ୍ଷରୁ ପ୍ରତ୍ୟେକ ଦିନ ସକାଳ ୬ଟାରେ ଦର ପରିବର୍ତ୍ତନ ହୋଇଥାଏ । ସକାଳ ୬ଟାରୁ ନୂତନ ଦର ଲାଗୁ ହୋଇଥାଏ ।