ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତର ସବୁଠାରୁ ଲୋକପ୍ରିୟ ପେମେଣ୍ଟ ଆପ୍ ଫୋନ୍ ପେ ଆପ୍ ଏବେ କାମ କରୁ ନାହିଁ । ଏହି ଆପ୍ କୁ ଖୋଲିବା ବେଳେ ଏକ ମେସେଜ୍ ଦେଖଉଛି । ଯେଉଁଥିରେ ଲେଖାଅଛି ‘We are temporary unavailable’।
ରିପୋର୍ଟ ମୁତାବକ, ଫୋନ୍ ପେ ପେମେଣ୍ଟ ଆପ୍ ୟେସ ବ୍ୟାଙ୍କ ସହ ସଂଯୋଗ ଥିଲା । କିନ୍ତୁ ଏହି ବ୍ୟାଙ୍କ ଉପରେ ଏବେ ଆରବିଆଇ ପକ୍ଷରୁ ରୋକ୍ ଲଗା ଯାଇଛି । ବ୍ୟାଙ୍କ ଉପରେ ଆରବିଆଇ ର ରୋକ ଲଗାଇବା ପରେ ଦେଶରେ ଅନେକ ବ୍ୟବସ୍ଥାରେ ଗଡବଡି ଦେଖିବାକୁ ମିଳୁଛି । ୟେସ୍ ବ୍ୟାଙ୍କରେ ଅନେକ କର୍ପୋରେଟ୍ କମ୍ପାନୀର ଆକାଉଣ୍ଟ ରହିଥିଲା । ଏହାସହିତ କର୍ମଚାରୀଙ୍କୁ ମାସିକ ବେତନ ଦିଆଯିବା ପୂର୍ବରୁ ବ୍ୟାଙ୍କ ଉପରେ ରୋକ ଲଗାଯାଇଛି । ଯେଉଁଥି ପାଇଁ କର୍ମଚାରୀ ମାନଙ୍କୁ ଝଟକା ଲାଗିଛି ।