ଝାରସୁଗୁଡା (ଏଟିଆର ବ୍ୟୁରୋ ) ; ଶେଷରେ ଉଦଘାଟିତ ହେଲା ଝାରସୁଗୁଡା ଶେଷରେ ଉଦଘାଟିତ ହେଲା ଝାରସୁଗୁଡା ବିମାନବନ୍ଦର । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାରସୁଗୁଡାରେ ନିର୍ମିତ ନୂତନ ବିମାନବନ୍ଦରର ଉଦଘାଟନ କରିଛନ୍ତି । ବୀର ସୁରେନ୍ଦ୍ର ସାଏଙ୍କ ନାମରେ ଝାରସୁଗୁଡ଼ା ବିମାନବନ୍ଦରକୁ ନାମିତ କରିଛନ୍ତି ପ୍ରଧାନମନ୍ତ୍ରୀ । ଓଡିଶା ସରକାରଙ୍କ ସହଯୋଗରେ ଓଡିଶାର ଶକ୍ତିକେନ୍ଦ୍ର କୁହାହାଯାଉଥିବା ଝାରସୁଗୁଡାର ବିମାନବନ୍ଦରକୁ ନିର୍ମାାଣ କରାଯାଇଛି । ।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାରସୁଗୁଡାରେ ନିର୍ମିତ ନୂତନ ବିମାନବନ୍ଦରର ଉଦଘାଟନ କରିଛନ୍ତି । ବୀର ସୁରେନ୍ଦ୍ର ସାଏଙ୍କ ନାମରେ ଝାରସୁଗୁଡ଼ା ବିମାନବନ୍ଦରକୁ ନାମିତ କରିଛନ୍ତି ପ୍ରଧାନମନ୍ତ୍ରୀ । ଓଡିଶା ସରକାରଙ୍କ ସହଯୋଗରେ ଓଡିଶାର ଶକ୍ତିକେନ୍ଦ୍ର କୁହାହାଯାଉଥିବା ଝାରସୁଗୁଡାର ବିମାନବନ୍ଦରକୁ ନିର୍ମାାଣ କରାଯାଇଛି । ଭାରତୀୟ ବିମାନବନ୍ଦର ପ୍ରାଧିକାରଣ ଦ୍ୱାରା ୨୧୦ କୋଟି ଟଙ୍କା ବ୍ୟୟରେ ଏହି ବିମାନବନ୍ଦରକୁ ନିର୍ମାଣ କରାଯାଇଥିବା ଜଣା ପଡିଛି ।
ଖାଲି ସେତିକି ନୁହେଁ ଏଥିରେ ଓଡିଶା ସରକାରଙ୍କ ୭୫ କୋଟି ଟଙ୍କାର ଯୋଗଦାନ ମଧ୍ୟ ରହିଛି । ୧୦୨୭.୫ ଏକର ଜମିରେ ନିର୍ମାଣ ହୋଇଛି ଏହି ବିମାନବନ୍ଦର । ବିମାନବନ୍ଦରରେ ଥିବା ଟର୍ମିନାଲ ବିଲ୍ଡିଂ ୪୦୦୦ ବର୍ଗ କିଲୋମିଟରରେ ବ୍ୟାପ୍ତ ବୋଲି ଜଣା ପଡିଛି । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଯାତ୍ରୀ ସୁବିଧା ବ୍ୟବସ୍ଥା ସହ ଟର୍ମିନାଲ୍ ବିଲ୍ଡିଂ ଏବଂ ଆର୍ସିସି ସଂରଚନା ଏଠାରେ ରହିଛି । ତେବେ ଏହି ବିମାନବନ୍ଦରରେ ପ୍ରାୟ ସବୁ ପାଗରେ କାର୍ଯ୍ୟକ୍ଷମ ହୋଇପାରିବ ବୋଲି ଜଣାପଡିଛି । ଏ-୩୨୦ ଟାଇପ ବିମାନ ମଧ୍ୟ ରାତି ଓ ଦିନରେ ଉଭୟ ଅବତରଣ ଓ ଉଡାଣ ଭରିପାରିବ । ଝାରସୁଗୁଡା ବିମାନବନ୍ଦରର ଦୈର୍ଘ୍ୟ ୨୩୯୦ ମିଟର ଥିବା ଜଣା ପଡିଛି । ଯାହା ଅତି ସହଜରେ ଅବତରଣ ଓ ଉଡାଣ ଭରିବାରେ ସହାୟକ ହେବ ।
ସେପଟେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉଦଘାଟନ ଉତ୍ସବରେ ଉପସ୍ଥିତ ରହିଥିଲେ । ଦିର୍ଘ ଦିନର ଦାବି ଅନୁଯାଇ ଝାରସୁଗୁଡାରେ ବିମାନବନ୍ଦର ହୋଇଥିବାରୁ ସେ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି । ପଶ୍ଚିମ ଓଡିଶାବାସୀଙ୍କ ସ୍ୱପ୍ନ ପୂରଣ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ସେ ଝାରସୁଗୁଡା ବିମାନବନ୍ଦରକୁ ନିୟମିତ ଉଡାଣ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ସେପଟେ ଝାରସୁଗୁଡା ବିମାନନ୍ଦରକୁ କୁ ଛାଡି ଓଡିଶାରେ ଆହୁରି ୩ ଟି ବିମାନ ବନ୍ଦର ନିର୍ମାଣ କରାଯିବ । କୋରାପୁଟ ଜିଲ୍ଲାର ଜୟପୁର, ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ଏବଂ କଳାହାଣ୍ଡି ଜିଲ୍ଲାର ଉତ୍କେଲାରେ ବିମାନବନ୍ଦରର ବିକାଶ ଲାଗି ୩୭୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ।