ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ବଜାରରେ ଗତ ସପ୍ତାହରେ ଲଞ୍ଚ ହୋଇଛି ପୋକୋ ଏମ୩ ସ୍ମାର୍ଟଫୋନ୍ । ଏହି ସ୍ମାର୍ଟଫୋନ୍ ରେ ୱାଟରଡ୍ରପ ନଚ୍ ଷ୍ଟାଇଲ ଡିସପ୍ଲେ ଏବଂ ଟ୍ରିପଲ ରିୟର କ୍ୟାମେରା ସେଟଅପ୍ ଦିଆଯାଇଛି । ଏହା କ୍ୱାଲକମ ସ୍ନାପଡ୍ରାଗନ ୬୬୨ ପ୍ରୋସେସର ରେ କାମ କରିବ ଏବଂ ଏହାକୁ ଦୁଇଟି ଷ୍ଟୋରେଜ୍ ମଡେଲ ରେ ଲଞ୍ଚ କରାଯାଇଛି । ଆଜି ପ୍ରଥମ ଥର ପାଇଁ ଏହି ଫୋନକୁ ଭାରତରେ ସେଲ ବ୍ରିକ୍ରି ପାଇଁ ଉପଲବ୍ଧ ହେବ । ଏହାକୁ ୟୁଜର୍ସ ଇ-କମର୍ସ ସାଇଟ ଫ୍ଲିପକାର୍ଟ ରୁ କିଣି ପାରିବେ ।
ଏହି ସ୍ମାର୍ଟଫୋନ୍ ର ୬ଜିବି ର୍ୟାମ ଏବଂ ୬୪ ଜିବି ଷ୍ଟୋରେଜ୍ ମଡେଲକୁ ଭାରତରେ ୧୦,୯୯୯ ଟଙ୍କାରେ ଲଞ୍ଚ କରାଯାଇଛି । ସେହିପରି ୬ଜିବି ର୍ୟାମ ଏବଂ ୧୨୮ଜିବି ଷ୍ଟୋରେଜ ବିଶିଷ୍ଟ ମଡେଲକୁ ୧୧,୯୯୯ ଟଙ୍କାରେ ଲଞ୍ଚ କରାଯାଇଛି । ଆଜି ମଧ୍ୟାହ୍ନ ୧୨ ଟା ଏହି ଫୋନ୍ ର ବିକ୍ରି ଆରମ୍ଭ ହେବ । ଏହି ଫୋନର ୩ଟଇ କଲର ଅପ୍ସନ ତଥା ବ୍ଲୁ, ବ୍ଲାକ ଏବଂ ୟେଲୋ ରହିଛି ।
ଫ୍ଲିପକାର୍ଟରେ ଏହି ଫୋନ୍ ନୋ କଷ୍ଟ ଇଏମଆଇ ଅପ୍ସନ ଏବଂ ଏକ୍ସଚେଞ୍ଜ ଅଫର ସହିତ ଉପଲବ୍ଧ ଅଛି । ଏହାବ୍ୟତିତ ଆଇସିଆଇସିଆଇ ବ୍ୟାଙ୍କ କାର୍ଡ ହୋଲ୍ଡର ଏହି ଫୋନ୍ ଉପରେ ଏକ ହଜାର ଟଙ୍କାର ଇଂଷ୍ଟାଷ୍ଟ ଡିସକାଉଣ୍ଟ ପାଇ ପାରିବେ ।