ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏପ୍ରିଲ ମାସ ଆରମ୍ଭରୁ ଗ୍ରାହକଙ୍କୁ ମହଙ୍ଗାମାଡର ଝଟକା । ବଢିଲା କର୍ମସିଆଲ ସିଲିଣ୍ଡରର ଦାମ୍ । ସରକାରୀ ତୈଳକମ୍ପାନୀ ପକ୍ଷରୁ ଏଲପିଜି ସିଲିଣ୍ଡରର ଦାମ୍ ବୃଦ୍ଧି କରାଯାଇଛି । ୧୯ କେଜି ବିଶିଷ୍ଟ କର୍ମସିଆଲ ବା ବାଣିଜ୍ୟିକ ଉଦ୍ଦ୍ୟେଶରେ ବ୍ୟବହୃତ ହେଉଥିବା ସିଲିଣ୍ଡର ଦାମ୍ ରେ ୨୫୦ ଟଙ୍କା ବୃଦ୍ଧି କରାଯାଇଛି । ଦର ବୃଦ୍ଧିି ହେବା ପରେ ସିଲିଣ୍ଡରର ଦାମ୍ ୨୨୫୩ ରେ ପହଁଚିଛି । ଅବଶ୍ୟ ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ଦାମ୍ ରେ କୌଣସି ପରିବର୍ତ୍ତନ ହୋଇନାହିଁ ।
ଦୁଇ ମାସ ମଧ୍ୟରେ ୧୯ କେଜି ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ଦାମ୍ ୩୪୬ ଟଙ୍କା ବୃଦ୍ଧି ହୋଇଛି । ଏହାପୂର୍ବ ମାର୍ଚ୍ଚ ୧ ରେ ଏହାର ଦାମ୍ ରେ ୧୦୫ ଟଙ୍କା ବୃଦ୍ଧି କରାଯାଇଥିଲା । ଏହାପରେ ପୁଣି ସିଲିଣ୍ଡର ଦାମ୍ ରେ ୯ ଟଙ୍କା ହ୍ରାସ କରାଯାଇଥିଲା । ଏବେ ପୁଣି ଥରେ ଦାମ୍ ବୃଦ୍ଧି କରାଯିବା ପରେ ୧୯ କେଜି ବିଶିଷ୍ଟ ସିଲିଣ୍ଡରର ଦାମ୍ ୨୨୫୩ ଟଙ୍କାରେ ପହଁଚିଛି ।