ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ରେଲୱେ ପକ୍ଷରୁ ସମସ୍ତ ଜୋନ୍ ରେ ଥିବା ୩୧ ବର୍ଷ ପୁରୁଣା ଡିଜେଲ ଇଞ୍ଜିନ୍ ବନ୍ଦ କରାଯିବ । କାରଣ ବିଦ୍ୟୁତ୍ ଇଞ୍ଜିନ୍ କୁ ଅତ୍ୟଧିକ ମାତ୍ରାରେ ବୃଦ୍ଧି କରାଇବା ସହ ପ୍ରଦୂଷଣକୁ କମ କରାଇବା ପାଇଁ ରେଲୱେ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି ।
ନିକଟରେ ଉତ୍ତର ରେଲୱେ କୁ ରେଲୱେ ବୋର୍ଡ ଦ୍ୱାରା ଏନେଇ ଆଦେଶ ପତ୍ର ଜାରି କରାଯାଇଛି । ପତ୍ରରେ ନିର୍ଦେଶ ଦିଆଯାଇଛି କି ସମସ୍ତ ଜୋନ୍ ରେ ଥିବା ୩୧ ବର୍ଷ ପୁରୁଣା ଡିଜେଲ ଇଞ୍ଜିନ୍ ହଟା ଯାଉ । ଏହି ଆଦେଶକୁ ନେଇ ଉତ୍ତର ରେଲୱେରେ ଡିଜେଲ ଇଞ୍ଜିନ୍ ସଂଖ୍ୟାକୁ ନେଇ ଆକଳନ ଆରମ୍ଭ ହୋଇଯାଇଛି । ଗୋଟେି ଗୋଟି କରି ସମସ୍ତ ଡିଜେଲ ଇଞ୍ଜିନ୍ କୁ ବନ୍ଦ କରିଦିଆଯିବ ।
ଗ୍ରୀନ ରେଲୱେ ଅଭିଯାନ ଅନୁଯାୟୀ ରେଲୱେର ସମସ୍ତ ରୁଟ୍ କୁ ବିଦ୍ୟୁତକରଣ କରାଯିବ । ଏନେଇ ଧୀରେ ଧୀରେ ଡିଜେଲ ଇଞ୍ଜିନ୍ ଉପଯୋଗକୁ ବନ୍ଦ କରାଯାଉଛି ।
ଗତମାସରେ ରେଲୱେ ଅଧିକାରୀଙ୍କ ଦ୍ୱାରା ହୋଇଥିବା ବୈଠକରୁ ସ୍ପଷ୍ଟ ହୋଇଥିଲା କି ପୁରୁଣା ଡିଜେଲ ଇଞ୍ଜିନ୍ ଯୋଗୁଁ ଅଧିକ ପ୍ରଦୂଷଣ ହେଉଛି । ସେଥିପାଇଁ ଅଧିକାରୀମାନଙ୍କ ମଧ୍ୟରେ ଏନେଇ ଚର୍ଚ୍ଚା ହେବା ପରେ ସ୍ପଷ୍ଟ ହୋଇଥିଲା କି ରେଲୱେରେ ଥିବା ୩୧ ବର୍ଷ ପୁରୁଣା ସମସ୍ତ ଡିଜେଲ ଇଞ୍ଜିନ୍ କୁ ହଟା ଯିବ ।