ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ ) : ନିଜର ଉତ୍ପାଦିତ ସାମଗ୍ରୀ ଗୁଡିକର ନାମକୁ ଇଂରାଜୀ ବଦଳରେ ହିନ୍ଦୀ କିମ୍ବା କୌଣସି ଆଞ୍ଚଳିକ ଭାଷାରେ ଲେଖ । ଏଫଏମସିଜି କମ୍ପାନୀ ଗୁଡିକୁ ଏଭଳି ଏକ ନିର୍ଦେଶ ଦେଇଛନ୍ତି ୟୁନିୟନ କନ୍ଜୁମର ଆଫେୟାର ମନ୍ତ୍ରୀ ରାମ ବିଳାସ ପାଶୱାନ ।
ଇଂରାଜୀ ତୁଳନାରେ ହିନ୍ଦି କିମ୍ବା କୌଣସି ଆଞ୍ଚଳିକ ଭାଷାକୁ ଗ୍ରାହକ ମାନେ ଶିଘ୍ର ବୁଝିପାରିବେ ଓ ଗ୍ରହଣ କରିବେ ବୋଲି ସେ କହିଛନ୍ତି । ଏହାସହ ଏଭଳି କଲେ ଭାରତୀୟ ଭାଷା ଗୁଡିକର ସୁରକ୍ଷା ହୋଇପାରିବ ବୋଲି ସେ କହିଛନ୍ତି ।
ଏହାସହ ଗ୍ରାହକ ମାନଙ୍କ ସୁବିଧା ପାଇଁ, ମିନିମମ୍ ରିଟେଲ ପ୍ରାଇସ, ଓଜନ, ମାନୁଫାକ୍ଚରିଙ୍ଗ ଏବଂ ଏକ୍ସପାରି ଡେଟକୁ ସାମଗ୍ରୀର ପଛ ବଦଳରେ ସାମ୍ନାରେ ବଡ ବଡ ଅକ୍ଷରରେ ଲେଖିବା ପାଇଁ ଏଫଏମସିଜି କମ୍ପାନୀ ଗୁଡିକୁ ସେ ଅନୁରୋଧ କରିଛନ୍ତି ।
କିଛି ନ ହେଲେ ସାମଗ୍ରୀ ଗୁଡିକର ନାମକୁ କେବଳ ହିନ୍ଦୀ କିମ୍ବା କୌଣସି ଆଞ୍ଚଳିକ ଭାଷାରେ ଲେଖିବା ପାଇଁ ସେ ଅନୁରୋଧ କରିଛନ୍ତି । ଏପରି କଲେ କଣ ଅସୁବିଧା ହେବ ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି ।