ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବ୍ୟାଙ୍କ ଗୁଡିକର ସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ବଡ ନିଷ୍ପତି ନେଇଛି । ପ୍ରକୃତରେ ଘରୋଇ ବ୍ୟାଙ୍କର ସିଇଓଙ୍କ ବେତନ ମୋଟା ଅଙ୍କର ରହିଥାଏ । କିନ୍ତୁ ଟଙ୍କା ଆଗରେ କାମ କମ କରିଥାନ୍ତି । ଇତି ମଧ୍ୟରେ ଆରବିଆଇ ଏହି ନିଷ୍ପତି ନେଇଛି କି ଘରୋଇ ବ୍ୟାଙ୍କର ଶୀର୍ଷ ଅଧିକାରୀଙ୍କ ବେତନରେ ପରିବର୍ତ୍ତନ କରାଯିବ । ଯଦି ଏବେ କୌଣସି ଶୀର୍ଷ ଅଧିକାରୀ ଭଲ କାମ କରିବେ ନାହିଁ ତେବେ ସେ ମୋଟା ଅଙ୍କର ବେତନ ନେଇ ପାରିବେ ନାହିଁ ।
ଆରବିଆଇ ଖୁବ୍ ଭାବି ଚିନ୍ତି ଏବଂ ଅନେକ ଅଧିକାରୀଙ୍କ ପରାମର୍ଶ ନେବା ପରେ ହିଁ ଏହି ନିଷ୍ପତି ନେଇଛି । ଘରୋଇ ଏବଂ ବୈଦେଶିକ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ସିଇଓ, ପୂର୍ଣ୍ଣକାଳିକ ନିର୍ଦ୍ଦେଶକ ଏବଂ ମ୍ୟାଟେରିଆଲ ରିସ୍କ ଟେକର୍ସଙ୍କୁ ମିଳୁଥିବା ବେତନର ଗାଇଡଲାଇନରେ ଆରବିଆଇ ପକ୍ଷରୁ ପରିବର୍ତ୍ତନ କରାଯାଇଛି । ପରିବର୍ତ୍ତନ ହୋଇଥିବା ଏହି ନିୟମ ଆଗାମୀ ବର୍ଷରୁ ଲାଗୁ ହେବ ।
ଆରବିଆଇ ର ସୂଚନା ମୁତାବକ, ଏହି ନିୟମ ୧ ଅପ୍ରେଲ ୨୦୨୦ ରୁ ଲାଗୁ ହେବ । ଯଦି କୌଣସି ବ୍ୟାଙ୍କର ଆର୍ଥିକ ପ୍ରଦର୍ଶନ ଖରାପ ରୁହେ ତେବେ ସେହି ବ୍ୟାଙ୍କର ଶୀର୍ଷ ଅଧିକାରୀଙ୍କୁ ମିଳିବାକୁ ଥିବା ଭାରିଏବୁଲ କମ୍ପେନଶେସନ ର ଅଂଶ ଶୂନ କରାଯାଇପାରେ । ଏବେ ବ୍ୟାଙ୍କ ଅଧିକାରୀଙ୍କର ସବୁଠାରୁ ବଡ ଚିନ୍ତା ହେଉଛି ବ୍ୟାଙ୍କ ପାଇଁ ଭଲ ପ୍ରଦର୍ଶନ କରିବା ସହିତ ଆର୍ଥିକ ଲାଭ ବି କରିବାକୁ ପଡିବ ।