ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପକ୍ଷରୁ ଖୁବ୍ ଶୀଘ୍ର ଗ୍ରାହକଙ୍କ ପାଇଁ ଏକ ଗାଇଡଲାଇନ୍ ପ୍ରସ୍ତୁତ କରାଯାଇପାରେ । ଏବେ କେୱାଇସ ନଂ ଦେବା ସମୟରେ ଆପଣଙ୍କୁ ଆପଣଙ୍କ ଧର୍ମ ବିଷୟରେ ପ୍ରଶ୍ନ କରାଯାଇପାରେ । ଏହି ନିୟମ ଉଭୟ ପୁରୁଣା ଗ୍ରାହକ ଏବଂ ନୂତନ ଗ୍ରାହକଙ୍କ ପାଇଁ ଲାଗୁ କରାଯିବ ।
ଫେମା ଆଇନର ପରିବର୍ତ୍ତନ ପାଇଁ ଏଭଳି ନିୟମ କରାଯାଉଛି । ଫେମା ରେ ଯେଉଁ ପରିବର୍ତ୍ତନ କରାଯାଉଛି, ସେହି ଅନୁଯାୟୀ ବାହାର ଦେଶର ନାଗରିକ ମାନେ ଏନଆରଓ ଆକାଉଣ୍ଟ ଖୋଲି ପାରିବେ ଏବଂ ସମ୍ପତ୍ତି ବି କିଣି ପାରିବେ ।
ରିପୋର୍ଟ ମୁତାବକ, ଆଇବିଆ ପକ୍ଷରୁ ଫେମା ଆଇନର ପରିବର୍ତ୍ତନ କରାଯାଇ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଆସୁଥିବା ହିନ୍ଦୁ,ବୌଦ୍ଧ, ଜୈନ, ପାର୍ସୀ, ଶିଖ୍ ଏବଂ ଇଶାଇ ଧର୍ମର ଶରଣାର୍ଥୀମାନେ ଏବେ ବ୍ୟାଙ୍କରେ ଆକାଉଣ୍ଟ ଖୋଲିପାରିବେ । ଖାସ୍ କରି ଯେଉଁମାନେ ଦୀର୍ଘ ଦିନ ଭିଜା ନେଇ ଭାରତକୁ ଆସୁଛନ୍ତି । ଏହାସହିତ ଏମାନେ ସମ୍ପତ୍ତି ବି କିଣି ପାରିବେ । ଏହି ନିୟମ ଅନୁସାରେ ହୁଏତ ମୁସଲମାନ,ମିଆଁମାର, ଶ୍ରୀଲଙ୍କା ଏବଂ ତିବ୍ୱତ ଲୋକେ ବ୍ୟାଙ୍କ ଆକାଉଣ୍ଟ ଖୋଲି ପାରିବେ ନାହିଁ କି ସମ୍ପତ୍ତି ବି କିଣି ପାରିବେ ନାହିଁ ।
ଫେମା ନିୟମର ସେଡ୍ୟୁଲ ୩ରେ ସଂଶୋଧନ ମୁତାବକ,ଦୀର୍ଘ ସମୟ ଭିଜାରେ ଭାରତରେ ରହୁଥିବା ବାଂଲାଦେଶ ଏବଂ ପାକିସ୍ତାନର ଅଳ୍ପସଂଖ୍ୟକ ସମୁଦାୟ ଲୋକଙ୍କୁ କେବଳ ଗୋଟେ ଏନଆରଓ ଆକାଉଣ୍ଟ ଖୋଲିବା ପାଇଁ ମଞ୍ଜରୀ ଦିଆଯାଇଛି । ଯେତେବେଳେ ଏହି ଲୋକମାନେ ନାଗରିକତା ଅଧିନିୟମ ୧୯୫୫ ପ୍ରବଧାନ ଅନୁଯାୟୀ ଭାରତର ନାଗରିକ ହୋଇଯିବେ, ସେତେବେଳେ ତାଙ୍କ ଏନଆରଓ ଆକାଉଣ୍ଟକୁ ରେଜିଡେଣ୍ଟ ଆକାଉଣ୍ଟରେ ପରିବର୍ତ୍ତନ କରାଯିବ ।