ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଆଗାମୀ ଡିସେମ୍ବର ମାସରେ ପୁଣି ଥରେ ରେପୋ ରେଟ୍ ହ୍ରାସ କରିପାରେ ବୋଲି ବ୍ରୋକରେଜ୍ କମ୍ପାନୀ ଗୁଡିକ ଆଶା ରଖିଛନ୍ତି । ଏନେଇ ଗୋଲ୍ଡମ୍ୟାନ ସ୍ୟାଶ ଏକ ରିପୋର୍ଟ ଜରିଆରେ କହିଛନ୍ତି କି, ଡିସେମ୍ବରରେ ହେବାକୁ ଥିବା ମୌଦ୍ରିକ ନୀତି ସମିତି (ଏମପିସି) ର ସମୀକ୍ଷା ବୈଠକରେ ଆରବିଆଇ ରେପୋ ରେଟ୍ ହ୍ରାସ କରିପାରେ ।
ଡିସେମ୍ବର ପରେ କେନ୍ଦ୍ରୀୟ ବ୍ୟାଙ୍କ ନୀତିଗତ ଦରର ହ୍ରାସ ଉପରେ ରୋକ ଲଗାଇପାରେ । କାରଣ ଚାରି ପ୍ରତିଶତ ପାଖାପାଖି ମହଙ୍ଗା ରହିବ । ସେଥିପାଇଁ କେନ୍ଦ୍ରୀୟ ବ୍ୟାଙ୍କ ମହଙ୍ଗାକୁ ଦୃଷ୍ଟିରେ ରଖି ପ୍ରମୁଖ ନୀତିଗତ ଦର ଉପରେ ନିଷ୍ପତି ନେଇଥାଏ ।
ଅର୍ଥବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଶୁକ୍ରବାର ଦିନ ୫ମ ଥର ପାଇଁ ନୀତିଗତ ଦରରେ ହ୍ରାସ କରାଯାଇଥିଲା । ଆରବିଆଇ ପକ୍ଷରୁ ମୌଦ୍ରିକ ନୀତି ସମିତିର ସମୀକ୍ଷା ବୈଠକରେ ରୋପୋ ରେଟ୍ ୨୫ ଆଧାର ଅଙ୍କକୁ ହ୍ରାସ କରାଯାଇ ୫.୧୫ ପ୍ରତିଶତ କରାଯାଇଥିଲା । ପ୍ରଥମେ ଏହା ୫.୪୦ ପ୍ରତିଶତ ଥିଲା । ବିଗତ ନଅ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ରେପୋ ରେଟ୍ ରେ ଏତେମାତ୍ରାରେ ହ୍ରାସ ହୋଇଛି । ସେହିଅନୁଯାୟୀ ରିଭର୍ସ ରେପୋ ରେଟ୍ ୪.୯୦ ପ୍ରତିଶତ ଏବଂ ବ୍ୟାଙ୍କ ରେଟ୍ ୫.୪୦ ପ୍ରତିଶତ କରାଯାଇଛି ।
ଆର୍ଥିକ ବର୍ଷ ୨୦୧୯-୨୦ ପାଇଁ ଆରବିଆଇ ପକ୍ଷରୁ ଜିଡିପି ର ଅନୁମାନ ୬.୯ ରୁ କମ୍ କରାଯାଇ ୬.୦୧ ପଅତିଶତ କରାଯାଇଛି । ସେହିପରି ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ଜିଡିପି ର ଅନୁମାନ ୭.୨ ପ୍ରତିଶତ କରାଯାଇଛି । \n