ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ବୁଧବାର କଏନକୁ ନେଇ ଲୋକଙ୍କ ମଧ୍ୟରେ ରହିଥିବା ସନ୍ଦେହକୁ ଦୂର କରାଯାଇଛି । ଚାଲୁଥିବା ବିଭିନ୍ନ କଏନ୍ ସମ୍ପୂର୍ଣ୍ଣ ବୈଧ ଏବଂ ଏହାକୁ ସବୁ ଲୋକ ସ୍ୱୀକାର କରିବା ଉଚିତ୍ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି ।
ଆରବିଆଇ ପକ୍ଷରୁ କୁହାଯାଇଛି କି, ଲୋକଙ୍କ ନେଣ ଦେଣର ଆବଶ୍ୟକତାକୁ ପୂରଣ କରିବା ପାଇଁ ବିଭିନ୍ନ ସମୟରେ ଯାହା ବି କଏନ ସବୁ ଆସୁଛି ତାର ବିଶେଷତ୍ୱ ଭିନ୍ନ ରହିଛି । ବିଶେଷ କରି ଏହା ଆର୍ଥିକ, ସାମାଜିକ ଏବଂ ସଂସ୍କୃତିକ ସହ ପ୍ରେରିତ ହୋଇଥାଏ ।
କଏନ ଗୁଡିକ ଦୀର୍ଘ ସମୟ ଅବଧି ପାଇଁ ଚଳନ କରାଯାଇଥାଏ । ଏହାସହିତ ଭିନ୍ନ ଭିନ୍ନ ଡିଜାଇନ୍ ଏବଂ ଆକାରର କଏନ ଜାରି କରାଯାଏ ।
ସେପଟେ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି କି , କିଛି ମହଲରେ ଏହି କଏନକୁ ନେଇ ସନ୍ଦେହ ରହିଛି ଏବଂ ଏହି କାରଣରୁ କିଛି ବେପାରୀ , ଦୋକାନୀ ଏବଂ ସାଧାରଣ ଲୋକ କଏନକୁ ସ୍ୱୀକାର କରୁ ନାହାଁନ୍ତି ।
ବିଜ୍ଞପ୍ତି ଅନୁସାରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଲୋକଙ୍କୁ ଅପିଲ କରାଯାଇଛି କି , ଏଭଳି ଗୁଜବ ଉପରେ ଧ୍ୟାନ ନଦେଇ ବିନା ଦ୍ୱନ୍ଦରେ କଏନକୁ ସ୍ୱୀକାର କରନ୍ତୁ । ବର୍ତ୍ତମାନ ବିଭିନ୍ନ ପ୍ରକାରର ୧ ଟଙ୍କିଆ, ୨ ଟଙ୍କିଆ, ୫ ଟଙ୍କିଆ ଏବଂ ୧୦ ଟଙ୍କିଆ କଏନ ପ୍ରଚଳିତ ହେଉଛି ।