ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ଆଦେଶ ଜାରି କରାଯିବା ସହ ଘରୋଇ ବ୍ୟାଙ୍କର ମୁଖିଆଙ୍କ ଅବସରର ବୟସ ସୀମା ନିର୍ଦ୍ଧାରିତ କରାଯାଇଛି । ଏବେ ଘରୋଇ ବ୍ୟାଙ୍କର ମୁଖିଆଙ୍କର ବୟସ ୭୦ ହେଲେ ତାଙ୍କୁ ତାଙ୍କର ପଦ ଛାଡିବାକୁ ପଡିବ । ଏହାକୁ ନେଇ ଦୀର୍ଘ ଦିନ ହେବ ଘରୋଇ ବ୍ୟାଙ୍କ ଏବଂ ଆରବିଆଇ ମଧ୍ୟରେ ବିବାଦ ଲାଗି ରହିଥିଲା ।
ପ୍ରକୃତରେ ଅବସରର ସମୟ ସୀମା ୭୫ ବର୍ଷ କରିବା ପାଇଁ ଘରୋଇ ବ୍ୟାଙ୍କ ଗୁଡିକ ଚାହୁଁଥିଲେ । ମାତ୍ର ଏବେ ଆରବିଆଇ ଆଦେଶ ଜାରି କରିଛି କି ଜଣେ ବ୍ୟକ୍ତି ଦୀର୍ଘ ସମୟ ଯାଏଁ ଅଧ୍ୟକ୍ଷ ପଦରେ ରହିବା ଦ୍ୱାରା କୌଣସି ପ୍ରକାରର ଫାଇଦା ହେଉନାହିଁ । ବ୍ୟାଙ୍କିଂ ଚାକିରୀରେ ଅଧିକ ସମୟ ଦେବାକୁ ପଡିଥାଏ, ଏହା କୌଣସି ମନ୍ତ୍ରୀ ନେତାଙ୍କ ଚାକିରୀ ଭଳି ନୁହେଁ, ଯେଉଁଠି ଅଧିକାରୀଙ୍କୁ ଏକ ଟିମ୍ ପରାମର୍ଶ ଦେବା ପାଇଁ ରହିଥାନ୍ତି ।
ଆରବିଆର ଏହି ନିଷ୍ପତିର ପ୍ରଭାବ ସର୍ବପ୍ରଥମେ ଏଚଡିଏଫସି ବ୍ୟାଙ୍କର ପ୍ରବନ୍ଧ ନିର୍ଦ୍ଦେଶକ, ସିଇଓ ଏବଂ ଇଣ୍ଡସଇଣ୍ଡ ବ୍ୟାଙ୍କର ଚିଫ୍ ଙ୍କ ଉପରେ ପଡିବ ।