ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରେଡମୀ ତାର ଆଉ ଏକ ସ୍ମାର୍ଟଫୋନ୍ ବଜାରକୁ ଆଣିଛି । ଯାହାର ନାଁ ରହିଛି ରେଡମୀ କେ୨୦ ପ୍ରୋ । ଏହି ଫୋନ୍ କୁ ଏବେ ଚୀନ୍ ରେ ଲଞ୍ଚ କରାଯାଇଛି । ଏହା ଭାରତରେ କେବେ ଲଞ୍ଚ ହେବ ସେନେଇ କମ୍ପାନୀ ପକ୍ଷରୁ କୌଣସି ସୂଚନା ମିଳିନାହିଁ, କିନ୍ତୁ ଏହି ଫୋନ୍ ବହୁତ ଶୀଘ୍ର ଭାରତରେ ଲଞ୍ଚ ହେବ ବୋଲି କୁହାଯାଇଛି । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ଏହି ଫୋନର ସ୍ପେସିଫିକେଶନ ।
ଏହି ଫୋନ୍ ରେ ତିନୋଟି କ୍ୟାମେରା ରହିଛି ଏବଂ ଫୋନ୍ ର ରିୟର ଡିଜାଇନ୍ ବି ଖୁବ୍ ଭଲ ହୋଇଛି । ଫୋନ୍ ର ରିୟର କ୍ୟାମେରା କଥା କହିବାକୁ ଗଲେ ଏହାର ରିୟର ରେ ଗୋଟେ କ୍ୟାମେରା ୪୮ ମେଗାପିକ୍ସେଲର ରହିଛି, ଦ୍ୱିତୀୟ କ୍ୟାମେରା ୧୩ ମେଗାପିକ୍ସେଲ ଏବଂ ତୃତୀୟ କ୍ୟାମେରାଟି ୮ ମେଗାପିକ୍ସେଲ ରହିଛି ।
ଫୋନ୍ ର ଡିସପ୍ଲେରେ ଫିଙ୍ଗର ପ୍ରିଣ୍ଟ ସେଂସର ସୁବିଧା ରହିଛି । ଏହାସହିତ ଫୋନ୍ ର ଫ୍ରଣ୍ଟରେ ପପ୍ ଅପ୍ ସେଲ୍ଫି କ୍ୟାମେରା ଯାହା ୨୦ ମେଗାପିକ୍ସଲ ରହିଛି । ଏଥିରେ ଆପଣ ଖୁବ୍ ସୁନ୍ଦର ସେଲ୍ଫି ନେଇପାରିବେ । ଏହାବ୍ୟତିତ ଫୋନ୍ ରେ ୪୦୦୦ ଏମଏଏଚ୍ ର ବ୍ୟାଟେରୀ ଦିଆଯାଇଛି । ଯେଉଁଥିରେ ୨୭ ୱାଟ୍ ର ଫାଷ୍ଟ ଚାର୍ଜିଂ ସପୋର୍ଟ ରହିଛି ।
ଫୋନ୍ ରେ ଷ୍ଟୋରେଜ୍ ସୁବିଧା ଭିନ୍ନ ଭିନ୍ନ ରହିଛି । ଏଥିରେ ୬ ଜିବି ଏବଂ ୮ ଜିବି ର୍ୟାମ ରହିଛି । ଏହାସହିତ ଫାଇଲ ଷ୍ଟୋରେଜ୍ ପାଇଁ ୬୪ ଜିବି, ୧୨୮ ଜିବି ଏବଂ ୨୫୬ ଜିବି ଷ୍ଟୋରେଜ୍ ଦିଆଯାଇଛି ।