ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ବଜାରକୁ ପୁଣି ଫେରିଲା ରେଡମୀ କେ ସିରିଜ୍ । ସ୍ମାର୍ଟଫୋନ କମ୍ପାନୀ ସାଓମୀ ତାର ରେଡମୀ କେ ସିରିଜ୍ ବଜାରକୁ ଆଣିଛି । ୨୩ ଜୁଲାଇ ୨୦୨୨ ରୁ ରେଡମୀ କେ୫୦ଆଇ ୫ଜି ର ବିକ୍ରି ଆରମ୍ଭ କରିବ କମ୍ପାନୀ । କମ୍ପାନୀ ତାର କେ୫୦ ସିରିଜ ରୁ ୨ଟି ନୂତନ ସ୍ମାର୍ଟଫୋନ ଲଞ୍ଚ କରିବାର ଯୋଜନା କରିଛି । ଏହି ନୂତନ ସ୍ମାର୍ଟଫୋନର ନାଁ ରେଡମୀ କେ୫୦ଏସ ଏବଂ ରେଡମୀ କେ୫୦ଏସ ପ୍ରୋ ରହିବାର ସମ୍ଭାବନା ରହିଛି । ଏଥିରୁ ରେଡମୀ କେ୫୦ଏସ ପ୍ରୋର କିଛି ଫିଚର୍ସ ଲିକ ହୋଇଛି ।
– ରେଡମୀ କେ୫୦ଏସ ପ୍ରୋ ରେ କ୍ୱାଲକମ ସ୍ନାପଡ୍ରାଗନ ୮ପ୍ଲସ ଜେନ ୧ ଅକ୍ଟା କୋର ପ୍ରୋସେସର ଦିଆଯାଇପାରେ ।
– ଫୋନରେ ୬.୬୯ ଇଂଚର ସ୍କ୍ରିନ ହୋଇପାରେ । ଯେଉଁଥିରେ ଆମୋଲେଡ ଡିସପ୍ଲେ ଦିଆଯାଇପାରେ । ଏଥିରେ ୧୨୦ ଏଚଜେଡ ର ରିଫ୍ରେସ ରେଟ ମିଳିପାରେ ।
– ଟ୍ରିପଲ କ୍ୟାମେରା ସେଟଅପ ମିଳିପାରେ । ଏଥିରେ ୨୦୦ ଏମପି ର ମେନ୍ ରିୟର କ୍ୟାମେରା, ୧୨ ଏମପି ର ସେକଣ୍ଡ କ୍ୟାମେରା ଏବଂ ୫ ମେଗାପିକ୍ସଲର ତୃତୀୟ କ୍ୟାମେରା ଫ୍ଲାସ ଲାଇଟ ସହ ମିଳିପାରେ ।
– ସେହିପରି ୩୨ ଏମପିର ଫ୍ରଣ୍ଟ କ୍ୟାମେରା ମିଳିବାର ସମ୍ଭାବନା ରହିଛି ।
– ଫୋନରେ ୮ଜିବି ର୍ୟାମ ଏବଂ ୧୨୮ ଜିବି ଇଂଟରନାଲ ଷ୍ଟୋରେଜ ମିଳିପାରେ ।
– ଆଣ୍ଡ୍ରୋଏଡ ୧୨ ସହିତ ଏହି ଫୋନ ଲଞ୍ଚ ହୋଇପାରେ ।
– ସେହିପରି ଏହି ଫୋନର ଦାମ୍ ୪୪,୯୯୦ ହୋଇପାରେ ବୋଲି ସମ୍ଭାବନା ରହିଛି ।