ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ରେଡମୀ ତାର ନୂତନ ୪ଟି ସ୍ମାର୍ଟଫୋନ ଲଞ୍ଚ କରିଛି । ଏଥିରେ କମ ଦାମ୍ ବିଶିଷ୍ଟ ଫୋନ ଏବଂ ୫ଜି ସ୍ମାର୍ଟଫୋନ ମଧ୍ୟ ସାମିଲ ଅଛି ।
ରେଡମୀ ନୋଟ ୧୧ ପ୍ରୋ ପ୍ଲସ ରେ ୬.୬୭ ଇଂଚର ଡିସପ୍ଲେ ଦିଆଯାଇଛି । ଏଥିରେ ମେଡିଆଟେକ ଡାଇମେଂସିଟି ୯୨୦ ପ୍ରୋସେସର ଦିଆ ଯାଇଛି । ଫୋନରେ ୮ ଜିବି ପର୍ଯ୍ୟନ୍ତ ର୍ୟାମ ଏବଂ ୨୫୬ଜିବି ପର୍ଯ୍ୟନ୍ତ ଇଂଟରନାଲ ଷ୍ଟୋରେଜ ଦିଆଯାଇଛି । ଏହାସହିତ ଟ୍ରିପଲ ରିୟଲ କ୍ୟାମେରା ଯେଉଁଥିରେ ୧୦୮ ମେଗାପିକ୍ସଲର ପ୍ରାଇମେରୀ କ୍ୟାମେରା, ଆଉ ଏକ କ୍ୟାମେରା ୮ ମେଗାପିକ୍ସଲର ହୋଇଥିବା ବେଳେ ଅନ୍ୟଟି ୨ ମେଗାପିକ୍ସଲର । ଏହାର ୬ଜିବି ର୍ୟାମ ଏବଂ ୧୨୮ଜିବି ଭ୍ୟାରିଆଣ୍ଟର ଦାମ୍ ୨୮ ହଜାର ଟଙ୍କା ରହିଥିବା ବେଳେ ୮ଜିବି ର୍ୟାମ ଏବଂ ୧୨୮ଜିବି ଭ୍ୟାରିଆଣ୍ଟର ଦାମ୍ ୩୦୨୫୦ ଟଙ୍କା ଏବଂ ୮ଜିବି ର୍ୟାମ ଆଉ ୨୫୬ଜିବି ଭ୍ୟାରିଆଣ୍ଟର ଦାମ୍ ୩୭୮୦୦ ଟଙ୍କା ରହିଛି ।
ରେଡମୀ ୧୧ଏସ ରେ ୬.୬ ଇଂଚର ଡିସପ୍ଲେ ଦିଆଯାଇଛି । ଏଥିରେ ମିଡିଆଟେକ ଡାଇମେଂସିଟି ୮୧୦ ପ୍ରୋସେସର ଦିଆଯାଇଛି । ଟ୍ରିପଲ ରିୟର କ୍ୟାମେରା ସହିତ ୫୦୦୦ଏମଏଏଚ ର ବ୍ୟାଟେରୀ ଦିଆଯାଇଛି । ଏହାର ୪ଜିବି ର୍ୟାମ ଓ ୬୪ଜିିବ ଭ୍ୟାରିଆଣ୍ଟର ଦାମ୍ ୧୮୯୦୦ ଟଙ୍କା ହୋଇଥିବା ବେଳେ ୪ଜିବି ର୍ୟାମ ଆଉ ୧୨୮ଜିବି ଭ୍ୟାରିଆଣ୍ଟର ଦାମ୍ ୨୧୧୫୦ ଟଙ୍କା ଏବଂ ୬ଜିବି ର୍ୟାମ ଆଉ ୧୨୮ଜିବି ଭ୍ୟାରିଆଣ୍ଟର ଦାମ୍ ୨୨୭୦୦ ଟଙ୍କା ରହିଛି ।
ରେଡମୀ ୧୦ ୫ଜି ରେ ୬.୫୮ ଇଂଚର ଡିସପ୍ଲେ ଦିଆଯାଇଛି । ଏଥିରେ ମିଡିଆଟେକ ଡାଇମେଂସିଟି ୭୦୦ ଜି ପ୍ରୋସେସର ଦିଆଯାଇଛି । ଏଥିରେ ଡୁଆଲ ରିୟର କ୍ୟାମେରା ସେଟଅପ ଦିଆଯାଇଛି । ଏହାର ୪ଜିବି ର୍ୟାମ ଆଉ ୬୪ଜିବି ଭ୍ୟାରିଆଣ୍ଟର ଦାମ୍ ୧୫୦୦୦ ଟଙ୍କା ରହିଥିବା ବେଳେ ୪ଜିବି ର୍ୟାମ ଆଉ ୧୨୮ଜିବି ଭ୍ୟାରିଆଣ୍ଟର ଦାମ୍ ୧୭୦୦୦ ଟଙ୍କା ରହିଛି ।
ରେଡମୀ ୧୦ଏ କେବଳ ଚୀନରେ ଲଞ୍ଚ କରାଯାଇଛି । ଏଥିରେ ୬.୫୩ ଇଂଚର ଡିସପ୍ଲେ ଦିଆଯାଇଛି । ମିଡିଆଟେକ ହିଲିଓ ଜି୨୫ ପ୍ରୋସେସର ଦିଆଯାଇଛି । ଏହାସହିତ ୧୩ ମେଗାପିକ୍ସଲର ରିୟର କ୍ୟାମେରା ଏବଂ ୫୦୦୦ଏମଏଏଚର ବ୍ୟାଟେରୀ ଦିଆଯାଇଛି ।