ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲକ୍ ଡାଉନ୍ ମଧ୍ୟରେ ରିଲିଆନ୍ସ ଜିଓ ତାର ଗ୍ରାହକ ମାନଙ୍କ ପାଇଁ ଲଗାତାର ଭାବେ ନୂତନ ପ୍ଲାନ ଲଞ୍ଚ କରୁଛି । ଏଥିରୁ ସବୁଠାରୁ ଶସ୍ତା ପ୍ଲାନ ହେଉଛି ୧୨୯ ଟଙ୍କିଆ । ସେହିପରି ଯଦି ଆନୁଆଲ ପ୍ଲାନ କଥା କହିବା ତେବେ ୧୨୯୯ ଟଙ୍କିଆ ପ୍ଲାନ କୁ ବି ଲୋକେ ଅଧିକ ପସନ୍ଦ କରୁଛନ୍ତି ।
ଜିଓର ୧୨୯ ଟଙ୍କିଆ ରିଚାର୍ଜ ପ୍ଲାନରେ ଗ୍ରାହକଙ୍କୁ ୨୮ ଦିନର ବୈଧତା ମିଳିଥାଏ । ଏହି ପ୍ଲାନରେ ମୋଟ୨ ଜିବି ଡାଟା ମିଳିଥାଏ । ଯାହାର ଲିମିଟ୍ ଶେଷ ହୋଇଯିବା ପରେ ସ୍ପିଡ୍ ହ୍ରାସ ହୋଇ ୬୪ କେବିପିଏସ ହୋଇଯାଇଥାଏ । ଏହାସହିତ ଏଥିରେ ଜିଓରୁ ଜିଓରୁ ଅସୀମିତ କଲିଂ ସେବା ଏବଂ ଜିଓରୁ ଅନ୍ୟ ନେଟୱର୍କ ପାଇଁ ଏକ ହଜାର ମିନିଟ ମିଳିଥାଏ । ଏହାବ୍ୟତିତ ସର୍ବମୋଟ ୩୦୦ ଏସଏମଏସ ସୁବିଧା ଏବଂ ଏଥିରେ ଜିଓ ଆପ୍ସକୁ ସବସ୍କ୍ରିପସନ ପାଇଁ ମାଗଣା ରହିଛି ।
ସେହିପରି ଜିଓର ୧୨୯୯ ଟଙ୍କିଆ ପ୍ଲାନରେ ଗ୍ରାହକଙ୍କ ପାଇଁ ୩୩୬ ଦିନର ବୈଧତା ରହିଛି । ଏଥିରେ ସର୍ବମୋଟ ୨୪ ଜିବି ଡାଟା ମିଳିଥାଏ । ଏହାର ଲିମିଟ୍ ଶେଷ ହେବା ପରେ ସ୍ପିଡ ୬୪ କେବିପିଏସ ହୋଇଯାଇଥାଏ । ଏହାସହିତ ଜିଓରୁ ଜିଓକୁ ଅସୀମିତ କଲିଂ ସେବା ରହିଥିବା ବେଳେ ଜିଓରୁ ଅନ୍ୟ ନେଟଓର୍କ ପାଇଁ ୧୨୦୦୦ ମିନିଟ ମିଳିଥାଏ । ଏହାବ୍ୟତିତ ୩୬୦୦ ଏସଏମଏସ ଏବଂ ମାଗଣା ଜିଓ ଆପ୍ସ ସବସ୍କ୍ରିପସନ୍ ।