ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁଣି ଥରେ ଅଫନେଟ୍ ଡୋମେଷ୍ଟିକ କଲ୍ସକୁ ମାଗଣା କରିବାକୁ ଯାଉଛି ରିଲିଆନ୍ସ ଜିଓ । ଏନେଇ କମ୍ପାନୀ ପକ୍ଷରୁ ବୟାନ ଜାରି କୁହାଯାଇଛି କି, ଜାନୁଆରୀରୁ ସମସ୍ତ ଜିଓ କଲ୍ସ ମାଗଣା ହେବ । ଜାନୁଆରୀ ୧ ପରଠୁ ଇଂଟରକନେକ୍ଟ ୟୁସେଜ ଚାର୍ଜେସ (ଆଇୟୁସି)ଲାଗିବ ନାହିଁ ।
ଏହାସହିତ କମ୍ପାନୀ ସ୍ପଷ୍ଟ କରିଛି କି, ସର୍ବଦା ଜିଓ ନେଟୱର୍କ ଅଫନେଟ କଲ୍ସ ମାଗଣା ଥିଲା । କମ୍ପାନୀର ଏହି ନିଷ୍ପତି ପରେ ଜାନୁଆରୀରୁ ରିଲିଆନ୍ସ ଜିଓ ୟୁଜର୍ସଙ୍କୁ ଭଏସ କଲ ପାଇଁ କୌଣସି ଟଙ୍କା ଦେବାକୁ ପଡିବ ନାହିଁ । ଏପର୍ଯ୍ୟନ୍ତ କମ୍ପାନୀ ଇଂଟରକନେକ୍ଟ ୟୁସେଜ ଚାର୍ଜେସ (ଆଇୟୁସି) ଆଦାୟ କରୁଥିଲା ।
ସେପଟେ ରିଲିଆନ୍ସ ଜିଓ ଘୋଷଣାର ପ୍ରଭାବ ସେୟାର ବଜାର ଉପରେ ବି ପଡିଥିବାର ଦେଖିବାକୁ ମିଳିଛି । ଜିଓର ସବୁଠାରୁ ବଡ ପ୍ରତିଦ୍ୱନ୍ଦି ଭାରତୀ ଏୟାରଟେଲ ଶେୟାର ଘୋଷଣା କରିବା ସହିତ ୨ ପ୍ରତିଶତ ତଳକୁ ଖସିଛି ।
ସୂଚନାଯୋଗ୍ୟ, ୨୦୧୯ ମସିହା ସେପ୍ଟମ୍ବର ମାସରେ ଟେଲିକମ ରେଗୁଲେଟରୀ ଟ୍ରାଇ ର ନିଷ୍ପତି ପରେ ଜିଓ ତାର ଗ୍ରାହକଙ୍କଠାରୁ ଆୟୁସି ଚାର୍ଜ ଆଦାୟ କରୁଥିଲା । ପ୍ରକୃତରେ ଆୟୁସି ଲଗାଇବାର ଡେଡଲାଇନକୁ ଟ୍ରାଇ ଜାନୁଆରୀ ୨୦୨୦ ରୁ ବଢାଇ ଡିସେମ୍ବର ୨୦୨୦ କରିଥିଲା । କିନ୍ତୁ ସେହି ସମୟରେ କମ୍ପାନୀ କହିଥିଲା କି ଯଦି ଲେଗୁଲେଟର ଏହି ଚାର୍ଜ ନେବନି ତେବେ କମ୍ପାନୀ ବି ଏହି ଚାର୍ଜ ଗ୍ରାହକଙ୍କଠାରୁ ଆଦାୟ କରିବ ନାହିଁ ।