ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତରେ ରିଲିଆନ୍ସ ଜିଓ ତାର ୱେବ ବ୍ରାଉଜର ଜିଓପେଜେସ ନାମରେ ଲଞ୍ଚ କରିଛି । ଏହାସହିତ ଜିଓ ଦାବି କରିଛି କି ଏହି ନୂତନ ୱେବବ୍ରାଉଜର ଦ୍ରୁତ ହେବା ସହିତ ସମ୍ପୂର୍ଣ୍ଣ ସୁରକ୍ଷିତ ।
କମ୍ପାନୀ ପକ୍ଷରୁ କୁହାଯାଇଛି କି, ଅନ୍ୟ ବ୍ରାଉଜର ମୁକାବିଲାରେ ଏହା ୟୁଜର୍ସଙ୍କ ଡାଟା ପ୍ରାଇଭେସି ସହିତ ନିଜ ଡାଟା ଉପରେ ପୂର୍ଣ୍ଣ ନିୟନ୍ତ୍ରିତ ବି ଦେଇଥାଏ ।
ଏହି ଜିଓପେଜେସ କୁ ପାୱାରଫୁଲ କ୍ରୋମିୟମ ବ୍ଲିଂକ ଇଂଜିନ ଜରିଆରେ ପ୍ରସ୍ତୁତ କରାଯାଇଛି । ଏହି ଇଂଜିନର ହାଇସ୍ପିଡ୍ ଯୋଗୁଁ ବ୍ରାଉଜିଙ୍ଗ ର ସାନ୍ଦାର ଅନୁଭବ ୟୁଜର୍ସଙ୍କୁ ମିଳିବ । ଏହାର ଡିଜାଇନ ଏବଂ ବିକସିତ ସମ୍ପୂର୍ଣ୍ଣ ଭାରତରେ ହିଁ କରାଯାଇଛି ।
ଏଥିରେ ଇଂରାଜୀ ଭାଷା ବ୍ୟତିତ ୮ ଟି ଭାରତୀୟ ଭାଷାରେ କାମ କରିବାର କ୍ଷମତା ରହିଛି । ହିନ୍ଦୀ, ମରାଠୀ, ତାମିଲ, ଗୁଜରାଟି, ତେଲୁଗୁ, ମଲୟାଲମ, କନ୍ନଡ ଏବଂ ବଙ୍ଗାଳି ଭଳି ଭାରତୀୟ ଭାଷାକୁ ଏହା ସପୋର୍ଟ କରୁଛି ।
ୟୁଜର୍ସଙ୍କୁ ଏହି ଜିଓ ବ୍ରାଉଜରରେ ପର୍ସନଲାଇଜ୍ଡ ହୋମ ସ୍କ୍ରିନ, ପର୍ସନଲାଇଜ୍ଡ ଥିମ, ପର୍ସନଲାଇଜ୍ଡ କଣ୍ଟେଟ, ଇଂଫରମେଟିଭ କାର୍ଡସ, ଭାରତୀୟ ଭାଷାର କଣ୍ଟେଟ, ଆଡଭାନ୍ସ ଡାଉନଲୋଡ ମ୍ୟାନେଜର ଏବଂ ଆଡ୍ ବ୍ଲାକର ଭଳି ସୁବିଧା ମିଳିବ ।