ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରେଲିଆନ୍ସ ଜିଓ ତାର ଲମ୍ବା ବୈଧତା ଯୁକ୍ତ ପ୍ଲାନରେ କିଛି ପରିବର୍ତ୍ତନ କରିଛି । କମ୍ପାନୀ ତାର ୧୨୯୯ ଟଙ୍କିଆ ବାର୍ଷିକ ପ୍ଲାନର ବୈଧତାକୁ କମ କରି ଦେଇଛି ।
ପୂର୍ବରୁ ଏହି ପ୍ଲାନର ବୈଧତା ୩୬୫ ଦିନ ରହିଥିଲା । ବର୍ତ୍ତମାନ ଏହି ପ୍ଲାନର ବୈଧତା ୩୩୬ ଦିନ ରହିଛି । ଦେଖିବାକୁ ଗଲେ ପ୍ରତ୍ୟେକ ମାସର ୨୮ ଦିନ ହିସାବରେ ଏହି ପ୍ଲାନ ଗ୍ରାହକଙ୍କୁ ଦିଆଯାଉଛି । ସେପଟେ କମ୍ପାନୀର ଏହି ପଦକ୍ଷେପ ଗ୍ରାହକଙ୍କୁ ନିରାଶ କରିପାରେ । କାରଣ ଏୟାରଟେଲ, ଭୋଡାଫୋନ୍, ଆଇଡିଆ ଏବଂ ବିଏସଏନଏଲ କମ୍ପାନୀ ଏବେ ବି ୩୬୫ ଦିନିଆ ପ୍ଲାନ ଉପଲବ୍ଧ ରହିଛି ।
ଏହି ପ୍ଲାନ୍ ରେ ୨୪ ଜିବି ଡାଟା ଉପଲବ୍ଧ । ଏହାସହିତ ଅସୀମିତ ଜିଓ ଟୁ ଜିଓ ଭଏସ କଲିଂ ସମେତ ଅନ୍ୟ ନେଟୱାର୍କ ସହ କଥା ହେବା ପାଇଁ ୧୨ ହଜାର ମିନିଟ୍ ଦିଆଯାଇଛି । ଏହାବ୍ୟତିତ ୩୬୦୦ ଏସଏମଏସ ବି ରହିଛି , ଯାହାକୁ ୩୩୬ ଦିନ ଯାଏଁ ବ୍ୟବହାର କରିପାରିବେ ଗ୍ରାହକ ।
ଏହାପୂର୍ବରୁ କମ୍ପାନୀ ଏକ ବଡ ପ୍ଲାନ ଲଞ୍ଚ କରିଥିଲା । ଯାହାର ଦାମ୍ ୨୧୨୧ । ଯାହାର ଫାଇଦା ନ୍ୟୁଇୟର ପ୍ଲାନ ଭଳି । ଏହାର ବୈଧତା ବି ୩୩୬ ଦିନର ରହିଛି । ଏଥିରେ ଗ୍ରାହକ ନିୟମିତ ୧.୫ ଜିବି ଡାଟା ବ୍ୟବହାରି କରିପାରିବେ । ସେହିପରି ଜିଓ ରୁ ଜିଓ କଲିଂ ସେବା ସାଙ୍ଗକୁ ଅନ୍ୟ ନେଟୱାର୍କ ପାଇଁ୧୨ ହଜାର ମିନିଟ୍ ଦିଆଯାଇଛି । ଏହାସହିତ ପ୍ରତିଦିନ ୧୦୦ ଏସଏମଏସ ସମେତ ଜିଓ ଟିଭିକୁ ମାଗଣା ଆକସେସ୍ ଦିଆଯାଇଛି ।