ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗ୍ରାହକଙ୍କ ମନ ଜିଣିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଲଗାତର ଭାବେ କିଛି ନା କିଛି ନୂତନ ସୁବିଧାମାନ ଘୋଷଣା କରାଯାଇ ଥାଏ । ସେହି ଅନୁସାରେ ପୁଣି ଥରେ ଆରବିଆଇ ପକ୍ଷରୁ ଗ୍ରାହକ ମାନଙ୍କ ପାଇଁ ଆଉ ଏକ ବଡ ଘୋଷଣା କରାଯାଇଛି । ଆଜ୍ଞା ହଁ ଏବେ ରିୟଲ ଟାଇମ ଗ୍ରସ ସେଲଟମେଣ୍ଟ(ଆରଟିଜିଏସ) ସିଷ୍ଟମର ସମୟ ସୀମାକୁ ବଢାଇ ଦିଆଯାଇଛି । ଗ୍ରାହକଙ୍କ ପାଇଁ ସକାଳ ୭ଟାରୁ ଆରଟିଜିଏସ ଆରମ୍ଭ ହୋଇ ଯାଉଛି । ଏହି ସୁବିଧା ଅଗଷ୍ଟ ୨୬, ୨୦୧୯ ରୁ ଆରମ୍ଭ ହେବ । ବର୍ତ୍ତମାନ ଗ୍ରାହକଙ୍କ ପାଇଁ ଆରଟିଜିଏସ ସିଷ୍ଟମର ସମୟ ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରହିଛି ।
ଆରଟିଜିଏସ କଣ?
ଆରଟିଜିଏସ ର ଅର୍ଥ ରିୟଲ ଟାଇମ ଗ୍ରସ ସେଟଲମେଣ୍ଟ ସିଷ୍ଟମ । ଏହର ମାନେ ହେଉଛି ଆପଣ ଯେତେବେଳେ ଟଙ୍କା ଟ୍ରାନ୍ସଫର କରିବେ ତାର କିଛି ସମୟ ଭିତରେ ଆକାଉଣ୍ଟରେ ଜମା ହୋଇଯିବ । ଦୁଇ ଲକ୍ଷ ରୁ ଅଧିକ ଟଙ୍କା ଟ୍ରାନ୍ସଫର ପାଇଁ ଏହି ସିଷ୍ଟମକୁ ବ୍ୟବହାର କରାଯାଏ । ଆରଟିଜିଏସ ଦ୍ୱାରା ଆପଣ ଯେତେବେଳେ ଟଙ୍କା ନେଣ ଦେଣ କରନ୍ତି ସେହି ସମୟରେ ଟଙ୍କା ତୁରନ୍ତ ରୂପେ ଅନ୍ୟ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଯାଇଥାଏ । ଏହି ସେବା ଚତୁର୍ଥ ଶନିବାର ଏବଂ ରବିବାର ଦିନ ବନ୍ଦ ରହିଥାଏ ।