ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ):ଜାରି ରହିଛି ୟୁକ୍ରେନ ଉପରେ ଋଷର ଆକ୍ରମଣ । ଏହାର ପ୍ରଭାବ ଏବେ ସାରା ଦୁନିଆରେ ପଡିବାରେ ଲାଗିଲାଣି । ଏହାଦ୍ୱାରା ସେୟାର ମାର୍କେଟ ତଳକୁ ଖସିବା ସହିତ ବଡ ବଡ କମ୍ପାନୀ ଗୁଡିକର କୋଟି କୋଟି ଟଙ୍କା କ୍ଷତି ହୋଇଛି । ଭାରତର ବଡ ବ୍ୟବସାୟୀ ଗୌତମ ଅଦାନି ଏବଂ ମୁକେଶ ଅମ୍ବାନୀଙ୍କୁ ମଧ୍ୟ ବଡ କ୍ଷତି ସହିବାକୁ ପଡିଛି । ଏହାବ୍ୟତିତ ଅନେକ କମ୍ପାନୀଙ୍କୁ ଅନେକ କ୍ଷତି ସହିବାକୁ ପଡିଛି ।
ଋଷର ଆକ୍ରମଣ ସହିତ ଗୁରୁବାର ଦିନ ଭାରତର ଷ୍ଟକ୍ ମାର୍କେଟରେ ହ୍ରାସ ଘଟିଛି। ଯେଉଁଥିପାଇଁ ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନୀ ପ୍ରାୟ ୮୮ ହଜାର କୋଟି କ୍ଷତି ସହିଛନ୍ତି। ଗୁରୁବାର ଦିନ ମୁକେଶ ଅମ୍ବାନୀଙ୍କ ନିଟ୍ ମୂଲ୍ୟ ୫.୨୫ ବିଲିୟନ ଡ଼ଲାରରେ ହ୍ରାସ ପାଇଛି। ବର୍ତ୍ତମାନ ତାଙ୍କର ନିଟ୍ ମୂଲ୍ୟ ୮୪.୬ ବିଲିୟନ ଡ଼ଲାରରେ ପହଞ୍ଚିଛି।
ଆଦାନି ଗ୍ରୁପ୍ର ଚେୟାରମ୍ୟାନ୍ ଗୌତମ ଆଦାନୀଙ୍କ ସମ୍ପତ୍ତି ମୂଲ୍ୟ ଗୁରୁବାର ଦିନ ୬.୪୩ ବିଲିୟନ ଡ଼ଲାରରେ ହ୍ରାସ ପାଇଛି। ଭାରତ ଏବଂ ଏସିଆର ଦ୍ୱିତୀୟ ବୃହତ୍ତମ ଧନୀ ଆଦାନୀଙ୍କ ନିଟ୍ ମୂଲ୍ୟ ବର୍ତ୍ତମାନ ୮୦.୬ ବିଲିୟନ ଡ଼ଲାରରେ ପହଞ୍ଚିଛି। ଗୁରୁବାର ଦିନ ଭାରତୀୟ ନିବେଶକମାନେ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
ଋଷର ୟୁକ୍ରେନ ଉପରେ ଆକ୍ରମଣ ଉପରେ କେବଳ ଭାରତ ନୁହେଁ ସାରା ଦୁନିଆର ସେୟାର ମାର୍କେଟରେ ଅଶାନ୍ତି ସୃଷ୍ଟି ହୋଇଛି ।