ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାମସଙ୍ଗ ତାର ଲାଟେଷ୍ଟ ସ୍ମାର୍ଟଫୋନ୍ ଗାଲାକ୍ସି ଏଫ୬୨ କୁ ଭାରତରେ ବ୍ରିକି ପାଇଁ ଉପଲବ୍ଧ କରିଛି । ଏହି ଫୋନ୍ କୁ କମ୍ପାନୀ ପ୍ରଥମେ ତାର ଅନଲାଇନ୍ ଷ୍ଟୋର ଏବଂ ଅନଲାଇନ୍ ସପିଙ୍ଗ ସାଇଟ ଫ୍ଲିପକାର୍ଟରେ ଉପଲବ୍ଧ କରାଇଛି । ଏହି ଫୋନ୍ ରେ ୭୦୦୦ଏମଏଏଚ ର ବ୍ୟାଟେରୀ , ପଞ୍ଚ ହୋଲ ଡିସପ୍ଲେ ଏବଂ ଏକ୍ସିନୋସ ୯୮୨୫ ପ୍ରୋସେସର ଦିଆଯାଇଛି ।
ସେହିପରି ଯଦି ଏହି ଫୋନ୍ ର ଦାମ୍ କଥା କହିବା ତେବେ ଗାଲାକ୍ସି ଏଫ୬୨ ର ୬ଜିବି ର୍ୟାମ ଏବଂ ୧୨୮ ଜିବି ଇଂଟରନାଲ ଷ୍ଟୋରେଜ୍ ବିଶିଷ୍ଟ ଭ୍ୟାରିଏଣ୍ଟର ଦାମ ୨୩, ୯୯୯ ଟଙ୍କା ରଖାଯାଇଛି । ସେହିପରି ୮ ଜିବି ର୍ୟାମ ଏବଂ ୧୨୮ ଜିବି ଇଂଟରନାଲ ଷ୍ଟୋରେଜ୍ ବିଶିଷ୍ଟ ଭ୍ୟାରିଏଣ୍ଟର ଦାମ ରହିଛି ୨୫,୯୯୯ ଟଙ୍କା । ଏହି ଫୋନ୍ କୁ ଗ୍ରାହକଙ୍କୁ ପାଇଁ ତିନୋଟି କଲର ଅପ୍ସନ ତଥା ଲେଜର ଗ୍ରୀନ୍, ବ୍ଲ୍ୟୁ, ଏବଂ ଗ୍ରେ କଲରରେ ଉପଲବ୍ଧ କରାଯାଇଛି ।
ୱାନପ୍ଲସ ନୋର୍ଡ, ରିଅଲମି ଏକ୍ସ୩ ସୁପରଜୁମ୍, ରିଅଲମି ଏକ୍ସ୭ ୫ଜି ଭଳି ସ୍ମାର୍ଟଫୋନକୁ ଟକ୍କର ଦେବ ସାମସଙ୍ଗର ଏହି ଫୋନ୍ ।