ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବହୁତ ଶୀଘ୍ର ସାମସଙ୍ଗ ତାର ଏ ସିରିଜ୍ ର ନୂତନ ସ୍ମାର୍ଟଫୋନ୍ ଗାଲାକ୍ସି ଏ୧୨ ଲଞ୍ଚ କରିପାରେ । ଏବେ ଏହି ଫୋନକୁ ଗ୍ରୀକବେଞ୍ଚରେ ସ୍ପଟ କରାଯାଇଛି । ଗ୍ରୀକବେଞ୍ଚର ଲିଷ୍ଟିଙ୍ଗ ମୁତାବକ, ଆସିବାକୁ ଥିବା ଗାଲାକ୍ସି ଏ୧୨ ମିଡିଆ ଟେକ ହେଲିଓ ପି୩୫ ଚିପସେଟ ରହିଛି । ଏହାସହିତ ଏହି ଫୋନରେ ୩ ଜିବି ରାମ ବି ଦିଆଯାଇଛି ।
ରିପୋର୍ଟ ମୁତାବକଳ ଏହି ଫୋନ ଆଣ୍ଡ୍ରୋଏଡ ୧୦ ଅପରେଟିଙ୍ଗ ସିଷ୍ଟମରେ କାମ କରିବ । ଏପର୍ଯ୍ୟନ୍ତ କମ୍ପାନୀ ପକ୍ଷରୁ ଅଫିସିଆଲ ଭାବେ ଏହି ଫୋନର ଲଞ୍ଚ ଡେଟ ଏବଂ ଫିଚର୍ସ ବିଷୟରେ ଖୁଲାସା ହୋଇନାହିଁ । କୁହାଯାଉଛି କି ସାମାସଙ୍ଗର ଆଗାମୀ ସ୍ମାର୍ଟଫୋନ ଏ୧୨, କମ୍ପାନୀର ପୂର୍ବ ଫୋନ ଗାଲାକ୍ସି ଏ୧୧ ର ସକ୍ସେସର ଫୋନ ହେବ ।
ଯଦି ଏହି ଫୋନର ଫିଚର୍ସ କଥା କହିବା ତେବେ ସାମସଙ୍ଗ ଗାଲାକ୍ସି ଏ୧୨ ରେ ୫.୭ ଇଂଚର ଆଇପିଏସ ଏଲସିଡି ଡିସପ୍ଲେ ଦିଆଯିବ । ଯାହା ପଞ୍ଚ ହୋଲ ଡିଜାଇନ ସହିତ ଆସିବ । ଫୋର ସ୍କ୍ରିନ ରିଜୋଲୁଶନ ୭୨୦ଞ୍ଚ୧୫୨୦ ପିକ୍ସଲ ହେବ । କମ୍ପାନୀ ଏହି ଫୋନ କୁ ରେଡ, ବ୍ଲ୍ୟୁ, ବ୍ଲାକ ଏବଂ ହ୍ୱାଇଟ କଲର ଭ୍ୟାରିଏଣ୍ଟ ସହ ଲଞ୍ଚ କରିପାରେ ।