ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାମସଙ୍ଗ କମ୍ପାନୀ ତାର ଗାଲାକ୍ସି ଏ୩୧ ସ୍ମାର୍ଟଫୋନ ପାଇଁ ଜୁଲାଇ ୨୦୨୧ ର ସିକ୍ୟୁରିଟି ଅପଡେଟ ଜାରି କରିଛି । ବର୍ତ୍ତମାନ ଏହି ଅପଡେଟ ବ୍ରାଜିଲ ୟୁଜର୍ସଙ୍କ ପାଇଁ ଉପଲବ୍ଧ ହୋଇଛି । ଏହାପରେ ବହୁତ ଶୀଘ୍ର ଅନ୍ୟ ଦେଶର ୟୁଜର୍ସଙ୍କୁ ବି ଏହି ଅପଡେଟ ମିଳିବ । ନୂତନ ଅପଡେଟ ଭର୍ସନ ଏ୩୧୫ଜିଡିଏକ୍ସୟୁ୧ସିୟୁଜି୧ ଯାହା ଜୁଲାଇ ସିକ୍ୟୁରିଟି ପ୍ୟାଚ ସହିତ ଅଣାଯାଇଛି ।
ସାମମୋବାଇଲ ତାର ରିପୋର୍ଟରେ କହିଛି କି, ସାମସଙ୍ଗ ଗାଲାକ୍ସି ଏ୩୧ କୁ ଜୁଲାଇ ୨୦୨୧ ର ସିକ୍ୟୁରିଟି ପ୍ୟାଚ ମିଳିଛି । ଏହି ନୂତନ ଅପଡେଟରେ ପ୍ରାଇଭେସି ଏବଂ ସିକ୍ୟୁରିଟିକୁ ନେଇ ସାମ୍ନାକୁ ଆସିଥିବା ସମସ୍ତ ପ୍ରକାରର ବଗ୍ ଫିକ୍ସ କରାଯାଇଛି । ଏହାସହିତ ଆଣ୍ଡ୍ରଏଡ ସିଷ୍ଟମ ସହିତ ଆସୁଥିବା ବଗ୍ସକୁ ମଧ୍ୟ ଏଥିରେ ଫିକ୍ସ କରାଯାଇଛି ।