ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାମସଙ୍ଗ କମ୍ପାନୀ ତାର ଏଫ୍ ସିରିଜ୍ ର ଦୁଇଟି ସ୍ମାର୍ଟଫୋନ୍ ଗାଲାକ୍ସି ଏଫ୧୨ ଏବଂ ଗାଲାକ୍ସି ଏଫ୦୨ଏସ ଭାରତରେ ଲଞ୍ଚ କରିଛି । ସେହିଅନୁଯାୟୀ ଏଫ୧୨ ର ଦୁଇଟି ର୍ୟାମ ଭ୍ୟାରିଏଣ୍ଟ ୪ଜିବି+୬୪ଜିବି ଏବଂ ୪ଜିବି+୧୨୮ଜିବି । କମ୍ପାନୀ ଏହାର ବେସ ଭ୍ୟାରିଏଣ୍ଟର ଦାମ ୧୦,୯୯୯ ଟଙ୍କା ଏବଂ ୧୨୮ଜିବି ଷ୍ଟୋରେଜର ଦାମ ୧୧,୯୯୯ ଟଙ୍କା ରଖିଛି । ଏହି ଫୋନକୁ ଗ୍ରାହକ ସି ଗ୍ରୀନ୍, ସ୍କାଇ ବ୍ଲ୍ୟୁ ଏବଂ ସେଲେଷ୍ଟିଆଲ ବ୍ଲାକ କଲର ଅପ୍ସନରେ କିଣିପାରିବେ । ଫୋନ୍ର ପ୍ରଥମ ସେଲ ଏପ୍ରିଲ ୧୨ ରେ ସାମସଙ୍ଗର ଅଫିସିଆଲ ୱେବସାଇଟ ଏବଂ ଫ୍ଲିପକାର୍ଟରେ ଉପଲବ୍ଧ କରାଯିବ ।
ସାମସଙ୍ଗ ଗାଲାକ୍ସି ଏଫ୧୨ରେ ୬.୫ ଇଞ୍ଚର ଏଚଡି+ଇନଫିନିଟି-ଭି ଡିସପ୍ଲେ ଦିଆଯାଇଛି । ଯାହାର ରିଫ୍ରେଶ ରେଟ ୯୦ ହର୍ଟଜ । ଫୋନରେ ପ୍ରୋଟେକ୍ସନ ପାଇଁ କର୍ଣ୍ଣିଙ୍ଗ ଗ୍ଲାସ ୩ ଦିଆଯାଇଛି । ଏଥିରେ ଅକ୍ସିନସ ୮୫୦ ପ୍ରୋସେସର, ୪ଜିବି ର୍ୟାମ ସହିତ ୬୪ଜିବି+୧୨୮ ଜିବି ଇଂଟରନାଲ ଷ୍ଟୋରେଜ ଦିଆଯାଇଛି । ଷ୍ଟୋରଜକୁ ମାଇକ୍ରୋ ଏସଡି କାର୍ଡ ଜରିଆରେ ବଢାଯାଇପାରେ । ଫୋନର କଣ୍ଣରରେ ଫିଙ୍ଗରପ୍ରିଣ୍ଟ ସେଂସର ମଧ୍ୟ ରହିଛି ।
ଏହାସହିତ ଗାଲାକ୍ସି ଏଫ୧୨ରେ କ୍ୱାଡ କ୍ୟାମେରା ସେଟଅପ ଦିଆଯାଇଛି । ୪୮ ମେଗାପିକ୍ସଲର ପ୍ରାଇମେରୀ ଲେଂସ, ୫ ମେଗାପିକ୍ସଲର ଅଲ୍ଟ୍ରାୱାଇଡ ଆଙ୍ଗେଲ ଲେଂସ , ୨ ମେଗାପିକ୍ସଲ ଡେପ୍ଥ ଏବଂ ମାଇକ୍ରୋ ସେଂସର ଦିଆଯାଇଛି । ସେହିପରି ସେଲ୍ଫି ପାଇଁ ୮ ମେଗାପିକ୍ସଲର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି ।