ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବହୁତ ଶୀଘ୍ର ସାମସଙ୍ଗ ତାର ୬୦୦୦ ଏମଏଏଚ ର ବ୍ୟାଟେରୀ ବିଶିଷ୍ଟ ଗାଲାକ୍ସି ଏଫ୪୧ ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯାଉଛି । ରିପୋର୍ଟ ମୁତାବକ, ଏହି ସ୍ମାର୍ଟଫୋନକୁ ଅଫିସିଆଲ ଭାବେ ଅକ୍ଟୋବର ୮ ରେ ଲଞ୍ଚକରାଯିବ । ଏହାକୁ ସର୍ବପ୍ରଥମେ ସେଲ ପାଇଁ ଫ୍ଲିପକାର୍ଟ ରେ ଉପଲବ୍ଧ କରିବ କମ୍ପାନୀ । ଲିକ୍ ହୋଇଥିବା ଫଟୋରୁ ଜାଣିବାକୁ ମିଳିଛି କି ଏହା ଇନଫିନିଟି ୟୁ ନଚ୍ ଡିଜାଇନ ଏବଂ ଟ୍ରିପଲ ରିୟର କ୍ୟାମେରା ସହିତ ଲଞ୍ଚ ହେବ । ଏହାର ବ୍ୟାକ ପ୍ୟାନଲରେ ଫିଙ୍ଗରପ୍ରିଣ୍ଟ ସେଂସର ଉପଲବ୍ଧ ହେବ ।
ଏଫ ସିରିଜ୍ ଭଳି ଏହି ଫୋନ୍ ଭାରତରେ ଲଞ୍ଚ ହେବାକୁ ଥିବା ପ୍ରଥମ ସ୍ମାର୍ଟଫୋନ ହେବ ଏବଂ ଏଥିରେ ଖାସ ଫିଚର ଭାବେ ଗ୍ରାହକଙ୍କୁ ୬୦୦୦ ଏମଏଏଚ ର ବ୍ୟାଟେରୀ ମିିଳିବ । ଏହାସହିତ ୬.୪ ଇଞ୍ଚର ଫୁଲ ଏଚଡି ଡିସପ୍ଲେ, ଏକ୍ସିୂନଓ ୯୬୧୧ ପ୍ରୋସେସର, ୬୪ଏମପି ଟ୍ରିପଲ ରିୟର କ୍ୟାମେରା, ଏବଂ ୩୨ ଏମପି ଫ୍ରଣ୍ଟ କ୍ୟାମେରା ।