ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦକ୍ଷୀଣ କୋରିଆର ସ୍ମାର୍ଟ ଫୋନ୍ ନିର୍ମାତା କମ୍ପାନୀ ସାମସଙ୍ଗ ପକ୍ଷରୁ ବହୁପ୍ରତିକ୍ଷିତ ଏବଂ ପ୍ରିମିୟମ ସ୍ମାର୍ଟଫୋନ୍ ଗାଲାକ୍ସି ଫୋଲ୍ଡ ଭାରତରେ ଲଞ୍ଚ କରାଯିବାର ତାରିଖ ଘୋଷଣା କରାଯାଇଛି । କମ୍ପାନୀ ସୂତ୍ର ଅନୁଯାୟୀ ଏହି ଫୋନ୍ ଦକ୍ଷିଣ କୋରିଆରେ ଲଞ୍ଚ ହେବାର ଗୋଟେ ମାସ ପରେ ମାନେ ଅକ୍ଟୋବର ୧ ରେ ଭାରତରେ ଲଞ୍ଚ ହେବ ।
ସ୍ମାର୍ଟଫୋନ୍-କମ-ଟ୍ୟାବଲେଟ ଗାଲାକ୍ସି ଫୋଲ୍ଡର ଦର ଭାରତରେ ୧.୫ ଲକ୍ଷ ଟଙ୍କାରୁ ନେଇ ୧.୭୫ ଲକ୍ଷ ମଧ୍ୟରେ ରହିବ । ଏହି ଫୋନ୍ କୁ କେବଳ ରିଟେଲ ଆଉଟଲେଟସ ଜରିଆରେ ବିକ୍ରି କରାଯିବ ଏବଂ ଏହା କେବଳ ପ୍ରି-ବୁକ୍ ମୋଡ ଜରିଆରେ ଉପଲବ୍ଧ ହେବ । ଏହି ଫୋନ୍ ପାଇଁ ସ୍ପେଶାଲ କଷ୍ଟମର କେୟାର ସର୍ଭିସ ସେଣ୍ଟର ରହିବ । ଭାରତୀୟ ବଜାରରେ ଅପ୍ରିଲ ୨୬ ରେ ଲଞ୍ଚ ହେବାର ଥିଲା କିନ୍ତୁ ଫୋନ୍ ଡିସପ୍ଲ ରେ ତୃଟି ଯୋଗୁଁ କମ୍ପାନୀ ପକ୍ଷରୁ ଲଞ୍ଚ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା ।
ଗାଲାକ୍ସି ଫୋଲ୍ଡ ୭.୩ ଇଞ୍ଚି ଇନଫିନିଟି ଫ୍ଲେକ୍ସ ଡିସପ୍ଲେ ଏବଂ ୬ଟି କ୍ୟାମେରା ବିଶିଷ୍ଟ । ଏହି ଡିଭାଇସରେ ଫୋନ କଭର ଉପରେ ଏକ ୪.୬ ଇଞ୍ଚର ସେକେଣ୍ଡାରୀ ସ୍କ୍ରିନ୍ ରହିବ । ଫୋନ୍ ଖୋଲିବା ବେଳେ ୭.୩ ଇଞ୍ଚ ଇନଫିନିଟି ଫ୍ଲେକ୍ସ ଡିସପ୍ଲେ ଦେଖାଯିବ ଏବଂ ଯେତେବଳେ ଫୋନ୍ ବନ୍ଦ ହେବ ସେତେବେଳେ ୪.୬ ଇଞ୍ଚର ଡିସପ୍ଲେ ଦେଖାଯିବ, ଯାହାର ଆସ୍ପେକ୍ଟ ରେସିଓ ୧୨:୯ ।
ଏହି ପ୍ରିମିୟମ ସ୍ମାର୍ଟଫୋନ ରେ ୭ ଏନଏମ କ୍ୱାଲକମ୍ ସ୍ନାପଡ୍ରାଗନ ୮୫୫ ଓକ୍ଟାକାର ପ୍ରୋସେସର ରହିବ । ଏଥିରେ ୧୨ ଜିବି ର୍ୟାମ ଏବଂ ୫୧୨ ଜିବି ଷ୍ଟୋରେଜ୍ ଉବଲବ୍ଧ । ଉପଭୋକ୍ତାଙ୍କୁ ଏକ ନୂତନ ଅନୁଭବ ଦେବା ପାଇଁ ଗାଲାକ୍ସି ଫୋଲ୍ଡରେ ସ୍ମାର୍ଟଫୋନ୍ ଏବଂ ଟ୍ୟାବଲେଟ ଫିଚର୍ସକୁ ସଂଯୋଜନା କରାଯାଇଛି ।