ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାମସଙ୍ଗ କମ୍ପାନୀ ତାର ଏକ ନୂତନ ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ଯାଉଛି । ଯାହାର ନାଁ ରହିଛି ସାମସଙ୍ଗ ଗାଲାକ୍ସି ଏମ୦୧ । ଏନେଇ କିଛ ତଥ୍ୟ ଅନଲାଇନ୍ ରେ ଲିକ୍ ହୋଇଥିବାର ଜାଣିବାକୁ ମିଳିଛି । ଭାରତ, ଶ୍ରୀଲଙ୍କା, ନେପାଳ ଏବଂ ଋଷ ପାଇଁ ଏହି ସ୍ମାର୍ଟଫୋନ୍ ପ୍ରସ୍ତୁତ କରାଯାଉଛି ।
ରିପୋର୍ଟ ମୁତାବକ, ଏହି ସ୍ମାର୍ଟଫୋନରେ ୩୨ ଜିବି ଇଂଟରନାଲ ଷ୍ଟୋରେଜ୍ ରହିଛି । ଏହାସହିତ ମାଇକ୍ରୋ ଏସଡି କାର୍ଡ ଜରିଆରେ ଷ୍ଟୋରେଜ୍ କୁ ବଢା ଯାଇପାରିବ । ଏହି ଫୋନ୍ ର ତିନୋଟି ରଙ୍ଗ ବ୍ଲାକ, ବ୍ଲ୍ୟୁ ଏବଂ ରେଡ୍ ଉପଲବ୍ଧ ହେବ । ଏହାବ୍ୟତିତ ଏଥିରେ ୩ ଜିବି ର୍ୟାମ୍, କ୍ୱାଲକମ୍ ସ୍ନାପଡ୍ରାଗନ ୪୩୯ ପ୍ରୋସେସର ରହିଛି ।
ସୂଚନାଯୋଗ୍ୟ, ମାର୍ଚ୍ଚ ୧୮ ରେ ସାମସଙ୍ଗ କମ୍ପାନୀ ଏକ ନୂତନ ସ୍ମାର୍ଟଫୋନ୍ ଗାଲାକ୍ସି ଏମ୨୧ ଲଞ୍ଚ କରିଥିଲା । ଏଥିରେ ୬୦୦୦ ଏମଏଏଚ ର ବ୍ୟାଟେରୀ ଦିଆଯାଇଛି । ସେହିପରି ଏହି ଫୋନ୍ ରେ ୩ଟି କ୍ୟାମେରା ରହିଛି । ଯାହାର ପ୍ରାରମ୍ଭିକ ଦାମ୍ ୧୨,୯୯୯ ଟଙ୍କା ରହିଛି ।