ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାମସଙ୍ଗ କମ୍ପାନୀ ନିକଟରେ ତାର ନୂତନ ସ୍ମାର୍ଟଫୋନ୍ ସାମସଙ୍ଗ ଗାଲାକ୍ସି ଏମ୦୨ ଭାରତରେ ଲଞ୍ଚ କରିଥିଲା । ଯାହାର ସେଲ ଆଜି ପ୍ରଥମ ଥର ଭାରତରେ ଆରମ୍ଭ ହୋଇଛି । ଆଜି ମଧ୍ୟାହ୍ନ ୧୨ ଟାରୁ ଆମାଜନ୍ ଏବଂ ସାମସଙ୍ଗ ର ଅଫିସିଆଲ ୱେବସାଇଟ ରେ ଆରମ୍ଭ ହୋଇଛି । ଫୋନ୍ କୁ ଏହି ସେଲ ରେ ଇଂଟ୍ରୋଡକ୍ଟରୀ ଦର ଅନୁଯାୟୀ ୬,୭୯୯ ଟଙ୍କାରେ କିଣି ପାରିବେ । ଫୋନ୍ ରେ ୫୦୦୦ ଏମଏଏଚ ର ବ୍ୟାଟେରୀ ସହିତ ଦମଦାରି ଫିଚର୍ସ ଦିଆଯାଇଛି ।
ଓାମସଙ୍ଗ ଗାଲାକ୍ସି ଏମ୦୨ ରେ ୬.୫ ଇଞ୍ଚ ଏଚଡି+ ଟିଏଫଟି ଇପଫିନିଟି-ଭି ଡିସପ୍ଲେ ଦିଆଯାଇଛି । ଫୋନ୍ ଆଣ୍ଡ୍ରୋଏଡ ବେସ୍ଡ ୱାନ୍ ୟୁଆଇ କୋର ଅପରେଟିଙ୍ଗ ସିଷ୍ଟମରେ କାମ କରିବ । ଏଥିରେ ୩ ଜିବି ର୍ୟାମ ଏବଂ ୩୨ ଜିବି ଇଂଟରନାଲ ଷ୍ଟେରେଜ୍ ଦିଆଯାଇଛି ଯାହାକୁ ମାଇକ୍ରୋଏସଡି କାର୍ଡ ଜରିଆରେ ଏକ ଟିବି ପର୍ଯ୍ୟନ୍ତ ବଢାଯାଇପାରିବ ।
ଫଟୋଗ୍ରାଫି ପାଇଁ ଏହି ଫୋନ୍ ର ରିୟରେ କ୍ୱାଡ କ୍ୟାମେରା ସେଟଅପ୍ ଦିଆଯାଇଛି । ଯେଉଁଥିରେ ୪୮ଏମପି ର ପ୍ରାଇମେରୀ କ୍ୟାମେରା, ୫ଏମପି ଅଲ୍ଟ୍ରା-ୱାଇଡ ଆଙ୍ଗେଲ କ୍ୟାମେରା, ୨ଏମପିମ୍ୟାକ୍ରୋ କ୍ୟାମେରା ଏବଂ ୨ଏମପି ଡେପ୍ଥ ସେଂସର ଦିଆଯାଇଛି । ସେହିପରି ସେଲ୍ଫି ପାଇଁ ୮ଏମପିର କ୍ୟାମେରା ଦିଆଯାଇଛି । ପାୱର ପାଇଁ ଫୋନ୍ ରେ ୫୦୦୦ଏମଏଏଚ ର ବ୍ୟାଟେରୀ ଦିଆଯାଇଛି ।