ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାମସଙ୍ଗ୍ କମ୍ପାନୀ ତାର ପ୍ରଥମ ୫ଜି ଫ୍ଲାଗସିପ ସିରିଜ୍ ଭଳି ମଙ୍ଗଳବାର ଦିନ ଏସ୨୦ ସିରିଜ୍ ଇଣ୍ଟରଡ୍ୟୁସ କରିଛି । ଏହି ଏସ୨୦ ଅଲ୍ଟ୍ରା ଭ୍ୟାରିଏଣ୍ଟରେ ୧୬ ଜିବି ର୍ୟାମ୍ ଏବଂ ଆର୍ଟିଫିସିଆଲ ଇଂଟେଲିଜେନ୍ସି (ଏଆଇ) ସଂଚାଳିତ କ୍ୟାମେରା, ସୁପରଫାଷ୍ଟ ଚାର୍ଜିଙ୍ଗ ଉପଲବ୍ଧ । ଗ୍ୟାଲାକ୍ସି ଏସ୨୦ ବିଭିନ୍ନ ରଙ୍ଗର ରହିଛି କସ୍ମିମ ଗ୍ରେ,କ୍ଲାଉଡ ବ୍ଲ୍ୟୁ, କ୍ଲାଉଡ ପିଙ୍କ । ସେହିପରି ଗ୍ୟାଲାକ୍ସି ଏସ୨୦ ପ୍ଲସ ର କସ୍ମିମ ଗ୍ରେ, କ୍ଲାଉଡ ବ୍ଲ୍ୟୁ, କସ୍ମିକ ବ୍ଲାକ୍ ଏବଂ ଗ୍ୟାଲାକ୍ସି ଅଲ୍ଟ୍ରାର କସ୍ମିକ ଗ୍ରେ, କସ୍ମିକ ବ୍ଲାକ ରଙ୍ଗ ଉପଲବ୍ଧ ଅଛି ।
ଗ୍ୟାଲାକ୍ସି ଏସ୨୦ ସିରିଜ୍ ରେ ୨୫ ଡବ୍ଲ୍ୟୁ ଫାଷ୍ଟ ଚାର୍ଜର ରହିଛି । ଏହାସହିତ ୪ ହଜାର ଏମଏଏଚ ବ୍ୟାଟେରୀ । ସେହିପରି ଗ୍ୟାଲାକ୍ସି ଏସ୨୦ ପ୍ଲସ ରେ ୪୫୦୦ ଏମଏଏଚ ବ୍ୟାଟେରୀ ଏବଂ ଗ୍ୟାଲାକ୍ସି ଏସ୨୦ ଅଲ୍ଟ୍ରାରେ ୫୦୦୦ ଏମଏଏଚ ର ଦମଦାର ବ୍ୟାଟେରୀ ଉପଲବ୍ଧ ।
ସାମସଙ୍ଗ ଇଲେକ୍ଟ୍ରୋନିକ୍ସ ମୋବାଇଲ କମ୍ୟୁନିକେସନ୍ ବିଜନେସ୍ ପ୍ରମୁଖ ଏବଂ ଅଧ୍ୟକ୍ଷ ଡାଃ ଟିଏମ ରୋହ କହିଛନ୍ତି, ଗ୍ୟାଲାକ୍ସି ଏସ ୨୦ ର ୩ଟି ଭ୍ୟାରିଏଣ୍ଟ ୫ଜି କନେକ୍ଟିଭ ବିଶିଷ୍ଟ । ଯାହାଦ୍ୱାରା ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ଆଗାମୀ ପିଢୀର ଡିଭାଇସ ଆଣିବାକୁ ଯାଉଛି ସାମସଙ୍ଗ ।
ଗ୍ୟାଲାକ୍ସି ଏସ୨୦ ଏବଂ ଗ୍ୟାଲାକ୍ସି ଏସ୨୦ ପ୍ଲସରେ ୩ଟି ରିୟର କ୍ୟାମେରା ରହିଛି । ଯେଉଁଥିରେ ୬୪ ମେଗାପିକ୍ସଲର ମୁଖ୍ୟ କ୍ୟାମେରା ଏବଂ ୧୦ ଏମପି ସେଲ୍ଫି ସୁଟର ରହିଛି, ସେହିପରି ଏସ୨୦ ଅଲ୍ଟ୍ରାରେ ୧୦୮ ଏମପି ର ମୁଖ୍ୟ କ୍ୟାମେରା ଏବଂ ୪୦ ଏମପି ର ଫ୍ରଣ୍ଟ କ୍ୟାମେରା ରହିଛି ।