ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଫେବୃଆରୀ ମାସ ପ୍ରଥମ ସପ୍ତାହରେ ଭାରତୀୟ ବଜାରରେ ଉପଲବ୍ଧ ହେବ ସ୍ୟାମସଙ୍ଗ ଗାଲାକ୍ସି ଏସ ୧୦ । ଯାହାର ଦାମ୍ ରହିଛି ୩୯,୯୯୯ ଟଙ୍କା । ମାତ୍ର ଏହି ଫୋନ୍ କୁ ଜାନୁଆରୀ ୨୩ ରୁ ଫ୍ଲିକକାର୍ଟରେ ପ୍ରି-ଅର୍ଡର କରିପାରିବେ ।
ଇ-କମର୍ସ ପ୍ଲାଟଫର୍ମ ପକ୍ଷରୁ ଏକ ଲାଣ୍ଡିଂ ପେଜ୍ ଜାରି କରାଯାଇଛି, ଯାହା ଗାଲାକ୍ସି ଏସ ୧୦ ଲାଇଟ୍ ପାଇଁ ପ୍ରି-ଅର୍ଡର ତାରିଖର ଘୋଷଣା କରାଯାଉଛି । ରିପୋର୍ଟ ମୁତାବକ, ଏହି ସଂସ୍କରଣରେ ବହୁପ୍ରତିକ୍ଷିତ ଡିଭାଇସର ଦର ୩୯,୯୯୯ ଟଙ୍କାର ସମ୍ଭାବନା ରହିଛି ।
ସ୍ୟାମସଙ୍ଗ ଗାଲାକ୍ସି ଏସ୧୦ ଲାଇଟ ସ୍ମାର୍ଟଫୋନ୍ ଏଣ୍ଡ୍ରୋଏଡ ଭି୧୦ (କ୍ୟୁ) ଅପରେଟିଙ୍ଗ ସିଷ୍ଟମରେ ଚାଲେ । ଫୋନ୍ ଅକ୍ଟା କୋର ପ୍ରୋସେସର ଦ୍ୱାରା ସଂଚାଳିତ । ଏହା କ୍ୟାଲକାମ୍ ସ୍ନ୍ୟାପଡ୍ରାଗନ ୮୫୫ ଚିପସେଟରେ ଚାଲେ । ଏଥିରେ ୬ ଜିବି ର୍ୟାମ ଏବଂ ୧୨୮ ଜିବି ଇଂଟରନାଲ ଷ୍ଟୋରେଜ୍ ରହିଛି ।
ସ୍ୟାମସଙ୍ଗ ଗାଲାକ୍ସି ଏସ୧୦ ଲାଇଟ ସ୍ମାର୍ଟଫୋନ୍ ରେ ଇଞ୍ଚ,ଏଜ-ଟୁ-ଏଜ ଇନଫିନିଟି-ଓ ଆମୋଲେଡ ଡିସପ୍ଲେ ରହିଛି । ଏହାର ମାପ ୧୬୨.୫ ମିମିଞ୍ଚ୭୫.୬ ମିମିଞ୍ଚ୮.୧ ମିମି ଏବଂ ଓଜନ ୧୮୬ ଗ୍ରାମ । ସ୍କ୍ରିନ୍ ର ରିଜ୍ୟୁଲେସନ ୧୦୮୦ଞ୍ଚ୨୪୦୦ ପିକ୍ସଲ ଏବଂ ୩୯୩ ପିପିଆଇ ପିକ୍ସଲର ଘନତ୍ୱ ।
ଫୋନ୍ କ୍ୟାମେରା କଥା ଦେଖିବାକୁ ଗଲେ ୩୨ ଏମପି ର ଫ୍ରଣ୍ଟ କ୍ୟାମେରା ଏବଂ ବ୍ୟାକ୍ ରେ ଅଟୋ କ୍ଲାସ,ଫେସଡିଟେକ୍ସନ, ଟଚ୍ ଟୁ ଫୋକସ ଭଳି ସୁବିଧା ସହିତ ୪୮ ଏମପି+୧୨ ଏମନି+ ୫ ଏମପି କ୍ୟାମେରା ରହିଛି । ଏଥିରେ ସୁପର ଫାଷ୍ଟ ଚାର୍ଜିଂ ସହିତ ୪୫୦୦ ଏମଏଏଚ ର ବ୍ୟାଟେରୀ ସୁବିଧା ରହିଛି । ଏହାସହିତ ସ୍ୟାମସଙ୍ଗ ପେ ସହିତ ସ୍ୟାମସଙ୍ଗ ଆପ୍ଲିକେସନ ଇକୋ ସିଷ୍ଟମ ସହିତ ଆସିବ ।