ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନିକଟରେ ସାମସଙ୍ଗ କମ୍ପାନୀ କିଛି ଫଟୋ ସେୟାର କରିଛି । ଏହି ଫଟୋ ମଧ୍ୟରେ ଫୋଲ୍ଡେବୁଲ ଫୋନ ବିଷୟରେ ଜାଣିବାକୁ ମିଳିଛି । ଦକ୍ଷୀଣ କୋରିଆ କମ୍ପାନୀ କିଛି ବର୍ଷରୁ ସାମସଙ୍ଗ ଡିସପ୍ଲେ ଡିଭିଜନ ଅନୁଯାୟୀ ଫୋଲ୍ଡେବୁଲ ଡିସପ୍ଲେ ବିକସିତ କରୁଅଛି । ସାମସଙ୍ଗ ଗୋଟେ ପଟେ ସ୍ମାର୍ଟଫୋନ ନିର୍ମାତା ରୂପେ ଯାତ୍ରା ଆରମ୍ଭ କରିଥିବା ବେଳେ ଅନ୍ୟପଟେ ଗାଲାକ୍ସି ଫୋଲ୍ଡର କିଛି ଫଟୋ ସେୟାର କରିଛି । ଏହି ସ୍ମାର୍ଟଫୋନକୁ ୭.୩ ଇଞ୍ଚର ଟ୍ୟାବଲେଟେୀ ବଦଳା ଯାଇପାରେ । କୁହାଯାଉଛି କି ଏହି ସ୍ମାର୍ଟଫୋନକୁ କମ୍ପାନୀ ଆଗାମୀ ବର୍ଷ ସୁଦ୍ଧା ଲଞ୍ଚ କରିପାରେ । ଏହାସହିତ ଏହି ଫୋନ ଅନ୍ୟ ଫୋନ ଠାରୁ ଅଲଗା ହୋଇପାରେ ।
କୋରିଆନ ବ୍ଲଗରେ ସାମସଙ୍ଗ କିଛି ଫଟୋ ସେୟାର କରି ଏହି ସ୍ମାର୍ଟଫୋନ ବିଷୟରେ ଅବଗତ କରାଇଛି । ଏହି ଫଟୋ ମଧ୍ୟରୁ ଗୋଟେ ଫଟୋରେ ତିନୋଟି ପାର୍ଟ ବିଶିଷ୍ଟ ସ୍ମାର୍ଟଫୋନ ନଜର ଆସୁଛି । ଏହାର ଅର୍ଥ ଆପଣ ଗୋଟେ ସ୍ମାର୍ଟଫୋନକୁ ତିନି ଥର ଫୋଲ୍ଡ କରିପାରିବେ । ଏହି ଫଟୋକୁ ଦେଖିଲା ପରେ ସ୍ପଷ୍ଟ ହେଉଛି କି ବହୁତ ଶୀଘ୍ର କମ୍ପାନୀ ସ୍ମାର୍ଟଫୋନ ବଜାରରେ କିଛି ନୂଆ ନେଇକି ଆସୁଛି । ଆଶା କରାଯାଉଛି କି ଏହି ସ୍ମାର୍ଟଫୋନ ୨୦୨୧ ସୁଧା ବଜାରକୁ ଆସିପାରେ ।
କିନ୍ତୁ କମ୍ପାନୀ ପକ୍ଷରୁ ଏହି ସ୍ମାର୍ଟଫୋନ ବିଷୟରେ ବିସ୍ତୃତି ବିବରଣୀ ଦିଆଯାଇ ନାହିଁ । ମାତ୍ର ଏହି ସ୍ମାର୍ଟଫୋନର ଫଟୋ ସେୟାର କରିଛି ।