ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦିନକୁ ଦିନ ଦ୍ରୁତ ଗତିରେ ଟେକ୍ନୋଲଜି ବିକସିତ ହେବାରେ ଲାଗିଛି । ଏହି କ୍ରମରେ ଦକ୍ଷୀଣ କୋରିଆର ସ୍ମାର୍ଟଫୋନ କମ୍ପାନୀ ସାମସଙ୍ଗ ଏଭଳି ଏକ ଫୋନ ନେଇ ଆସୁଛି, ଯାହାକୁ କେବଳ ଆପଣ ଆପଣଙ୍କ ସ୍ୱର ଜରିଆରେ ଅନଲକ୍ କରି ପାରିବେ । କମ୍ପାନୀ ତାର ଅପକମିଂ ଗାଲାକ୍ସି ଏସ୨୧ ସିରିଜ୍ ରେ ବାୟୋମେଟ୍ରିକ ଭଏସ ଅନଲକ୍ ଫିଚର ଦେବ ।
ଏକ ରିପୋର୍ଟ ମୁତାବକ, ସାମସଙ୍ଗ ଗାଲାକ୍ସି ଏସ୨୧ ସିରିଜ୍ କୁ ୟୁଆଇ ର ୨.୧ ଭର୍ସନ ସହିତ ବଜାରରେ ଲଞ୍ଚ କରାଯିବ । ଏହାବ୍ୟତିତ ଏହି ଫୋନରେ ଅନେକ ଏକ୍ସକ୍ଲୁସିଭ ଫିଚର୍ସ ବି ଦିଆଯିବ । ଏହି ଫିଚର୍ସ ମଧ୍ୟରୁ ଗୋଟେ ଡିଭାଇସକୁ ଅନଲକ୍ କରିବା ପାଇଁ ବାୟୋମେଟ୍ରିକ ପାଇଁ ବିକ୍ସବି ଭଏସ ବ୍ୟବହାର କରିବାର ଅପ୍ସନ ରହିବ ।
କୁହାଯାଉଛି କି ସାମସଙ୍ଗ ଗାଲାକ୍ସି ଏସ୨୧ ସିରିଜ୍ କୁ ୨୦୨୧ ମସିହା ଜାନୁଆରୀ ମାସରେ ଲଞ୍ଚ କରାଯାଇପାରେ । ଏହି ଫୋନର ବିକ୍ରି ଫେବୃଆରୀ ମାସରେ ହୋଇପାରେ । ଏହାସହିତ ଏହି ଫୋନର ଷ୍ଟାଣ୍ଡାର୍ଡ, ପ୍ଲସ ଏବଂ ଅଲ୍ଟ୍ରା ଭଳି ତିନୋଟି ମଡେଲ ହୋଇପାରେ ।