ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶର ସବୁଠାରୁ ବଡ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ତାର ଗ୍ରାହକ ମାନଙ୍କ ପାଇଁ ଆଲର୍ଟ ଜାରି କରିଛି । ଏସବିଆଇ ପକ୍ଷରୁ କୁହାଯାଇଛି କି, ଏଣିକି ଗ୍ରାହକଙ୍କୁ ବ୍ୟାଙ୍କରୁ ଟଙ୍କା ଉଠାଇବା ଦ୍ୱାରା ଟ୍ୟାକ୍ସ ଦେବାକୁ ପଡିପାରେ । ଯଦି ସେମାନେ ଗତ ତିନି ବର୍ଷ ହେବ କୌଣସି ଇନକମ ଟ୍ୟାକ୍ସ ରିଟର୍ଣ୍ଣ କରିନଥିବେ । ଏହା ସେହି ଗ୍ରାହକଙ୍କ ପାଇଁ ଯେଉଁମାନେ ନିଜ ଆକାଉଣ୍ଟରୁ ୨୦ ଲକ୍ଷ ଟଙ୍କାରୁ ଅଧିକ ନେଣ ଦେଣ କରୁଛନ୍ତି । ଏଭଳି ଗ୍ରାହକଙ୍କର ସେକ୍ସନ ୧୯୪ଏନ ୁଯାୟୀ ଟିଡିଏସ କଟିଯାଇଥାଏ । ସେହିପରି ଏଥିରୁ ରକ୍ଷା ପାଇବା ପାଇଁ ବି ବ୍ୟାଙ୍କ ପକ୍ଷରୁ ଉପାୟ କୁହାଯାଇଛି । ଏହି ସମ୍ବନ୍ଧୀୟ କିଛି ନିୟମ ପାଳନ କରିବା ପାଇଁ ବ୍ୟାଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି । ଯାହାପରେ ଆପଣ ଟିଡିଏସ ଭରିବାରେ ରକ୍ଷା ପାଇ ପାରିବେ ।
ଏନେଇ ଏସବିଆଇ ତାର ଅଫିସିଆଲ ଟ୍ୱିଟରରେ ଏନେଇ ସୂଚନା ଦେଇଛି । ଏସବିଆଇ ଏକ ଭିଡିଓ ସେୟାର କରି କହିଛି କି , ଯଦି କୌଣସି ବ୍ୟକ୍ତି ଗତ ତିନି ବର୍ଷ ମଧ୍ୟରେ ଆୟକର ପଇଠ ନକରିଥିବେ ତେବେ ଆୟକର ଧାରା ୧୯୪ଏନ ଅନୁଯାୟୀ ଟିଡିଏସ ନିୟମ ଲାଗୁ ହେବ । ଏହାସିହିତ ଯେଉଁ ଗ୍ରାହକ ୨୦ ଲକ୍ଷରୁ ଅଧିକ ଟଙ୍କା ବ୍ୟାଙ୍କରୁ ଉଠାଉଛନ୍ତି ସେମାନେ ପ୍ୟାନ୍ ନମ୍ବର ଦେବା ନିହାତି ଆବଶ୍ୟକ । ଏହାସହିତ ବ୍ୟାଙ୍କକୁ ଆୟକର ପଇଠର ତଥ୍ୟ ଦେବାକୁ ପଡିବ ।
ସୂଚନାଅନୁସାରେ, ଜୁଲାଇ ୧ରୁ ଲାଗୁ ହୋଇଥିବା ନୂତନ ନିୟମ ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ଗତ ତିନି ବର୍ଷରେ ଗୋଟେ ଥର ବି ଆୟକର ପଇଠ ନକରିଥିବେ ତେବେ ତାଙ୍କୁ ଟ୍ୟାକ୍ସ ଦେବାକୁ ପଡିବ । ଏହି ନିୟମ ସେହି ଗ୍ରାହକଙ୍କ ପାଇଁ ଯେଉଁମାନେ ବ୍ୟାଙ୍କରୁ ୨୦ ଲକ୍ଷରୁ ଅଧିକ ଟଙ୍କା ଉଠାଉଛନ୍ତି । ଏଣିକି ସେମାନଙ୍କ ଉପରେ ଟ୍ୟାକ୍ସ ଦର ଲାଗୁ ହେବ । ବ୍ୟାଙ୍କ ଅନୁସାରେ ଟ୍ୟାକ୍ସ ଦର ୨ ରୁ ୨୦ ପ୍ରତିଶତ ହୋଇପାରେ ।