ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦୀପାବଳୀ ପୂର୍ବରୁ ଗ୍ରାହକଙ୍କୁ ଉପହାରି ଦେଇଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) । ଆଜ୍ଞା ହଁ ଗ୍ରାହକ କଣ୍ଟାକ୍ଟଲେସ୍ ପେମେଣ୍ଟ କରି ପାରିବେ । ଏସବିଆଇ ପକ୍ଷରୁ ମୋବାଇଲ ପେମେଣ୍ଟର ନୂତନ ସୁବିଧା ‘SBI Card Pay’ ସୁବିଧା ଆରମ୍ଭ କରାଯାଇଛି । ଏହି ଅନୁଯାୟୀ ବ୍ୟାଙ୍କ ଗ୍ରାହକ ପଏଣ୍ଟ ଅଫ୍ ସେଲ୍ସ (ପିଓଏସ) ମେସିନରେ ବିନା କାର୍ଡରେ ଆପଣ ମୋବାଇଲ ଯୋଗେ ପେମେଣ୍ଟ କରିପାରିବେ । ଏଥିପାଇଁ ପିନ୍ ର ବି ଆବଶ୍ୟକ ପଡିବ ନାହିଁ । ତେବେ ଆସନ୍ତୁ ଜାଣିବା ଏହି ସୁବିଧା ବିଷୟରେ..
ଏସବିଆଇ ପକ୍ଷରୁ କରାଯାଇଥିବା ସୁବିଧା ଅନୁଯାୟୀ ଏବେ ଗ୍ରାହକ ବିନା କାର୍ଡ ଏବଂ ପିନ୍ ବ୍ୟବହାର କରି ପିଓସି ରେ ପେମେଣ୍ଟ କରିପାରିବେ । ସେଥିପାଇଁ ବୁଧବାର ଦିନ ଏସବିଆଇ କାର୍ଡ ପେ ସେବା ଲଞ୍ଚ କରାଯାଇଛି । ଏନେଇ ବ୍ୟାଙ୍କର କହିବାନୁଯାୟୀ ଏହା ଦେଶର ପ୍ରଥମ ପେମେଣ୍ଟ ସେବା ।
ଏସବିଆଇ କାର୍ଡ ପେ ଦ୍ୱାରା ଆପଣ ନିୟର ଫିଲ୍ଡ କମ୍ୟୁନିକେସନକୁ ଟ୍ୟାପ କରି ପେମେଣ୍ଟ କରିପାରିବେ । ସେଥିପାଇଁ ଆପଣଙ୍କ ପାଖରେ କ୍ରେଡିଟ କାର୍ଡ ରଖିବା କିମ୍ବା ପିନ୍ ଦେବାର ଆବଶ୍ୟକ ନାହିଁ । ଏହି ସୁବିଧା ବି ଏସବିଆଇ କାର୍ଡ ଆପ୍ର ଅଂଶ, ଯାହାଦ୍ୱାରା ଗ୍ରାହକ ନିଜର କ୍ରେଡିଟ୍ କାର୍ଡ ଆକାଉଣ୍ଟ ବି ମ୍ୟାନେଜ୍ କରିପାରିବେ ।
ଏନେଇ ଏସବିଆଇ କାର୍ଡ ର ଏମଡି ଏବଂ ସିଇଓ ହରଦୟାଲ ପ୍ରସାଦ କହିଛନ୍ତି , ଏସବିଆଇ କାର୍ଡ ପେ ର ବ୍ୟବହାର କରିବା ପାଇଁ କାର୍ଡ ହୋଲର୍ସଙ୍କୁ ଏସବିଆଇ କାର୍ଡ ମୋବାଇଲ ଆପ୍ ରେ ନିଜ କାର୍ଡକୁ ଗୋଟେ ଥର ରେଜିଷ୍ଟ୍ରେସନ କରିବାକୁ ପଡିବ । ଏହାପରେ ଫୋନକୁ ଅନଲକ୍ କରି ମୋବାଇଲକୁ ପଏଣ୍ଟ ଅଫ୍ ସେଲ କୁ ଗଲେ ପେମେଣ୍ଟ ହୋଇଯିବ ।
ନୂତନ ସୁବିଧା ଅନୁଯାୟୀ ଗ୍ରାହକଙ୍କ ଇଛାନୁସାରେ ପ୍ରତି ନେଣ ଦେଣ ଏବଂ ନିୟମିତ ନେଣ ଦେଣର ସୀମାରେ ଛୁଟ୍ ମିଳିବ ।