ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରଥମଥର କରି ଏସବିଆଇ କାର୍ଡସ ତାର ଆଇପିଓ ଆରମ୍ଭ କରୁଛି । ଏସବିଆଇ ର ଆଇପିଓ ରେ ନିବେଶ କରିବା ଅଧିକ ଲାଭ ଉଠାଇବାର ଏକ ପ୍ରକାରର ଉପାୟ । ସେୟାର ମାର୍କେଟର ଏକ୍ସପର୍ଟଙ୍କ ମୁତାବକ ଏସବିଆଇ କାର୍ଡସର ଆଇପିଓ ବି ଆଇଆରସିଟିସି ଭଳି ସଫଳ ହୋଇପାରିବ । ଏହା ଦେଶର ୫ମ ବଡ ଆଇପିଓ ହେବ । ମାର୍ଚ୍ଚ ୨ରୁ ମାର୍ଚ୍ଚ ୫ ତାରିଖ ଯାଏଁ ଏହି ଏସବିଆଇ କାର୍ଡର ଆଇପିଓ କୁ ସବସ୍କ୍ରିପ୍ସନ କରି ପାରିବେ ।
ଆଇପିଓ କ’ଣ?
ଆଇପିଓ ବା ଇନିସିଆଲ ପବ୍ଲିକ ଅଫରର ଅର୍ଥ ହେଉଛି କୌଣସି କମ୍ପାନୀର ସେୟାର ବଜାରରେ ସୂଚୀବଦ୍ଧ ହେବା । ଯେତେବେଳେ କୌଣସି କମ୍ପାନୀ ପ୍ରଥମ ଥର ବାହାର ଲୋକ ବା ସଂସ୍ଥାକୁ ନିଜର ସେୟାର ବିକ୍ରି କରିବାର ପ୍ରସ୍ତାବ ଦେଇଥାଏ, ସେହି ପ୍ରକ୍ରିୟାକୁ ଆଇପିଓ କୁହାଯାଏ । ଯେତେବେଳେ ଆପଣ ସେହି ସେୟାରକୁ କିଣିଥାନ୍ତି ତାପରେ ଆପଣଙ୍କୁ କମ୍ପାନୀର ସେୟାର ଦିଆଯାଇଥାଏ । ଏହାପରେ ସେହି ସେୟାରକୁ ଷ୍ଟକ-ଏକ୍ସଚେଞ୍ଜ ରେ କିଣା-ବିକା କରାଯାଇଥାଏ ।
ମିଡିଆ ରିପୋର୍ଟ ମୁତାବକ, ଏସବିଆଇ କାର୍ଡସ ଆଣ୍ଡ ପେମେଣ୍ଟ ସର୍ଭିସେଜ୍କୁ ସେୟାର ଗ୍ରେ ମାର୍କେଟରେ ୨୦୦-୨୫୦ ଟଙ୍କାର ପ୍ରିମିୟମରେ ଟ୍ରେଡ୍ କରାଯାଉଛି । ଏସବିଆଇ କାର୍ଡସର ଆଇପିଓ ପାଇଁ କମ୍ପାନୀା ଭାଲ୍ୟୁ ୫୭ ହଜାରରୁ ୬୦ ହଜାର କୋଟି ଟଙ୍କା ଲଗାଯାଇ ପାରେ ।
ଏକ୍ସପର୍ଟଙ୍କ ମତରେ , ନିବେଶକଙ୍କୁ ଲାଗୁଛି କି ୍ଖାସ୍ ସେଗମେଣ୍ଟରେ ଏସବିଆଇ କାର୍ଡସର ଉପଲବ୍ଧିକୁ ଦୃଷ୍ଟିରେ ରଖି କାରୋବାରରେ ବଡ ସମ୍ଭାବନା ରହିଛି ।
ଆଇପିଓ ରେ ନିବେଶ କରିପାର ପ୍ରକ୍ରିୟା:
ଯେକୌଣସି କମ୍ପାନୀର ଆଇପିଓ ରେ ନିବେଶ କରିବା ପାଇଁ ଆପଣଙ୍କ ପାଖରେ ଡିମାଟ୍ ଆକାଉଣ୍ଟ ଥିବା ନିହାତି ଦରକାର । ଏହି ଆକାଉଣ୍ଟରେ ନିବେଶ କରିବାର ଅପ୍ସନ ଥାଏ । ଏହି ଅପ୍ସନକୁ ଚୟନ କରି ଆଇପିଓର ପ୍ରାଇସିଙ୍ଗ ସହ ଜଡିତ କିଛି ସୂଚନା ଭରିବା ପରେ ଆବେଦନ କରିପାରିବେ । ଏହାବ୍ୟତିତ ଆପଣ ବ୍ୟାଙ୍କକୁ ଯାଇ ଅଫ୍ ଲାଇନ୍ ବି ଆବେଦନ କରିପାରିବେ ।