ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶର ସବୁଠାରୁ ବଡ ବ୍ୟାଙ୍କ ତଥା ଷ୍ଟେଟ୍ ବ୍ୟାଙ୍କ ତାର ଗ୍ରାହକ ମାନଙ୍କୁ ବଡ ଝଟକା ଦେଇଛି । ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି କି ଫିକ୍ସଡ ଡିପୋଜିଟ୍ ଉପରେ ସୁଧ(ବ୍ୟାଜ୍) ଦର ହାସ କରାଯିବ । ସେହି ଅନୁଯାରେ ନୂତନ ଦର ଅଗଷ୍ଟ ୨୬ ରୁ ଲାଗୁ ହେବ ।
ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି କି ଆଗାମୀ ଅଗଷ୍ଟ ୨୬ ରୁ ବଲ୍କ ଏବଂ ରିଟେଲ ଟର୍ମ ଡିପୋଜିଟ ର ବ୍ୟାଜ୍ ଦର ହ୍ରାସ କରାଯିବ । ବଲ୍କ ଡିପୋଜିଟ୍ ର ବ୍ୟାଜ୍ ଦରରେ ୦.୩୦ ପ୍ରତିଶତ ଠାରୁ ନେଇ ୦.୭୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରାଯିବ । ସେହିପରି ରିଟେଲ ଡିପୋଜିଟ୍ ଉପରେ ୦.୧୦ ପ୍ରତିଶତ ଠାରୁ ନେଇ ୦.୫୦ ପର୍ଯ୍ୟନ୍ତ ହ୍ରାସ ହେବ ।
ହୁଏତ ଏହାପରେ ବି ଲୋକଙ୍କ ଖାତାରେ ଅଧିକ ସୁଧ ମିଳିବ । ଏକ ଲକ୍ଷରୁ ଅଧିକ ସୁଧ ଉପରେ ତିନି ପ୍ରତିଶତ ଏବଂ ଏକ ଲକ୍ଷରୁ କମ ଜମା ରାଶି ଉପରେ ଲୋକଙ୍କୁ ୩.୫୦ ପ୍ରତିଶତ ସୁଧ ମିଳିବ । ମେ’ ୧ ରେ ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା କି ଏକ ଲକ୍ଷ ଟଙ୍କାରୁ ଅଧିକ ଥିବା ସେଭିଙ୍ଗ ଆକାଉଣ୍ଟର ସୁଧ ଦରକୁ ରେପୋ ରେଟ୍ ସହ ଯୋଡା ଯିବ । ସେପଟେ ଆରବିଆଇ ର ଦର ହ୍ରାସ ହେବା ପରେ ଏସବିଆଇ ର ସେଭିଙ୍ଗ ଆକାଉଣ୍ଟ ଗ୍ରାହକଙ୍କୁ ୨.୬୫ ପ୍ରତିଶତ ସୁଧ ମିଳିବା ଉଚିତ୍ କିନ୍ତୁ ଏବେ ଗ୍ରାହକଙ୍କୁ ଅଧିକ ସୁଧ ମିଳୁଛି ।