ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚଳିତ ମାସରେ ୭୦୦ କୋଟି ଟଙ୍କାର ଏନପିଏ ନିଲାମୀ କରି ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ତାର ଋଣଧାରୀଙ୍କ ଠାରୁ ବଳକା ରାଶି ଆଦାୟ କରିବ । ଏସବିଆଇ ର ଯୋଜନା ଅନୁଯାୟୀ, ଚଳିତ ମାସ ଭିତରେ ତିନୋଟି ନିଲାମୀ କରାଯିବ ।
ଲୁଧିଆନା ସ୍ଥିତ ରେଜେନ୍ସି ଏକ୍ୱା ଇଲେକ୍ଟ୍ରୋ ଆଣ୍ଡ ରିସର୍ଟ ପ୍ରାଇଭେଟ ଲିମିଟେଡ ଏବଂ କୋଲକାତା ସ୍ଥିତ ଲଭଲି ଇଣ୍ଟରନାସନାଲ ପ୍ରାଇଭେଟ ଲିମିଟେଡ୍ ର ନିଲାମି ନଭେମ୍ବର ୧୮ ରେ ହେବ । ମାତ୍ର ସଂକଳ୍ପ ଇଞ୍ଜିନିୟରିଂ ଆଣ୍ଡ ପ୍ରାଇଭେଟ୍ ଲିମିଟେଡ ଏବଂ ଅନ୍ୟ ଇ-ଆକ୍ସନ କୁ ନଭେମ୍ବର ୨୯ ରେ ନିଲାମି କରାଯିବ । ସେହିପରି ନଭେମ୍ବର ୭ରେ ଭୋପାଳ ସ୍ଥିତ ଭାଟିଆ ଗ୍ଲୋବାଲ ଟ୍ରେଣ୍ଡିଂ ଲିମିଟେଡ ର ଇ-ଆକ୍ସନ ନିଲାମି ହେବ, ଯାହା ପାଖରେ ୧୭୭ କୋଟି ଟଙ୍କାର ବାକି ରାଶି ରହିଛି । ଏହାବ୍ୟତିତ ଅନ୍ୟ ସମ୍ପତ୍ତି ଗୁଡିକ ମଧ୍ୟ ନିଲାମି କରାଯିବ ।