ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ମହାମାରୀ ଦ୍ୱାରା ପ୍ରଭାବିତ ବ୍ୟବସାୟୀଙ୍କ ପାଇଁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଜରୁରୀକାଳୀନ ଋଣ ସୁବିଧା ଆରମ୍ଭ କରିଛି । ଯାହାଦ୍ୱାରା ଗ୍ରାହକଙ୍କ ନଗଦ ଟଙ୍କାର ଅଭାବକୁ ପୂରଣ କରାଯାଇ ପାରିବ ।
ଏସବିଆଇ ପକ୍ଷରୁ ଏକ ସୂଚନା ପତ୍ର ଜାରି କରାଯାଇ କୁହାଯାଇଛି କି କୋଭିଡ୧୯ ଜରୁରୀକାଳୀନ ସୁବିଧା (ସିଇସିଏଲ) ନାମରେ ଅତିରିକ୍ତ ଟଙ୍କା ସୁବିଧାର ଶୁଭାରମ୍ଭ କରାଯାଇଛି ।
ସେହି ଅନୁଯାୟୀ ୨୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଦିଆଯିବ ଏବଂ ଏହି ସୁବିଧା ୩୦ ଜୁନ୍ ୨୦୨୦ ପର୍ଯ୍ୟନ୍ତ ଉପଲବ୍ଧ ହେବ । ସେହିପରି ୧୨ ମାସର ଅବଧି ପାଇଁ ୭.୨୫ ପ୍ରତିଶତ ସୁଧ ଦରରେ ଋଣ ଦିଆଯିବ ।
ବ୍ୟାଙ୍କ ପକ୍ଷରୁ ସମସ୍ତ ଶାଖାକୁ ପଠାଯାଇଥିବା ପରିପତ୍ରରେ କୁହାଯାଇଛି କି, ଯେଉଁ ଋଣକାରୀଙ୍କ ବ୍ୟବସାୟ କୋଭିଡ୧୯ ପାଇଁ ପ୍ରଭାବିତ ହୋଇଛି ସେମାନଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିବ ବୋଲି ନିଷ୍ପତି ନିଆଯାଇଛି ।