ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଫେବୃଆରୀ ୧ ରୁ ଆରମ୍ଭ ହେବାକୁ ଥିବା ନୂଆ ନିୟମ ପୂର୍ବରୁ ଦେଶର ବଡ ଡିଟିଏଚ୍ କମ୍ପାନୀ ଟାଟାସ୍କାଏ ଶେଷରେ ମୁଣ୍ଡ ନୁଆଁଇଛି । ଟେଲିକମ୍ ରେଗୁଲେଟୋରୀ ଅଥରୋଟୀ (ଟ୍ରାଇ) ବିରୋଧରେ ହାଇକୋର୍ଟରେ ନିଷ୍ପତି ନିଆଯିବା ପୂର୍ବରୁ କମ୍ପାନୀ ତାର ନୂତନ ପ୍ୟାକ୍ ର ଘୋଷଣା କରିଦେଇଛି ।
ଟାଟାସ୍କାଏ ଟ୍ରାଇ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଗୋଟେ ମକଦମା ଦାୟର କରିଥିଲା । ଏହାର ଶୁଣାଣି କୋର୍ଟରେ ଜାନୁଆରୀ ୨୮ରେ ହେବାକୁ ଥିଲା । ହୁଏତ ଟ୍ରାଇ ଲଗାତର ଟାଟାସ୍କାଏ ଉପରେ ଜୋର ପକାଉଥିଲା କି ସେ ତାର ନୂଆ ପ୍ୟାକ୍ ର ଘୋଷଣା କରୁ । କାରଣ ଏହାପୂର୍ବରୁ ଅନ୍ୟ ଡିଟିଏଚ୍ କମ୍ପାନୀ ଗୁଡିକ ତାଙ୍କର ନୂଆ ପ୍ୟାକ୍ ର ଘୋଷଣା କରିସାରିଥିଲେ ।
କମ୍ପାନୀର ସିଇଓ ଏବଂ ଏମଡି ହରିତ ନାଗପାଲ କହିଛନ୍ତି କି , ଟାଟାସ୍କାଏ ସର୍ବଦା ଆଦେଶ ପାଳନ କରୁଥିବା କମ୍ପାନୀ । ଏବେ ଆମେ ଦର୍ଶକଙ୍କ ସୁବିଧା ପାଇଁ କମ୍ପାନୀର ୱେବସାଇଟ, ମୋବାଇଲ ଆପ୍ ଏବଂ ଡିଲରର୍ସଙ୍କ ପାଖରେ ନୂଆ ପ୍ୟାକ୍ ମଧ୍ୟ ଜାରି କରିଦେଇଛୁ । ଗୋଟେ ସପ୍ତାହରେ ସମସ୍ତ ଗ୍ରାହକଙ୍କୁ ନୂତନ ତାଲିକାରେ ସିଫ୍ଟ କରିଦିଆ ଯିବ ବୋଲି ଆଶା ରହିଛି ।
ହୁଏତ ଟାଟାସ୍କାଏର ନୁଆ ପ୍ୟାକକୁ ନେଇ ଏକ ନକରାତ୍ମକ ଖବର ଶୁଣିବାକୁ ମିଳୁଛି ଯେ ସମସ୍ତ ବାର୍ଷିକ ଏବଂ ଦୀର୍ଘକାଳୀନ ଯୋଜନାକୁ ରଦ୍ଦ କରି ଦିଆଯିବ ।
ଗତ କିଛି ମାସ ହେବ ଟାଟାସ୍କାଏ ତାର ଗାହକଙ୍କୁ ବାର୍ଷିକ ଏବଂ ଦୀର୍ଘକାଳୀନ ଯୋଜନାର ସୁବିଧା ଯୋଗଉଥିଲା । ଯଦି କୌଣସି ବ୍ୟକ୍ତି ଦୀର୍ଘକାଳୀନ ଯୋଜନାକୁ ବାଛୁଛନ୍ତି ତେବେ ସେମାନେ ଟ୍ରାଇର ନୂତନ ବ୍ୟବସ୍ଥାରୁ ବଞ୍ଚିତ ରହିବେ । କାରଣ ପୁରୁଣା ଯୋଜନା ଲାଗୁ ହେବ । କିନ୍ତୁ ଏବେ ଟାଟାସ୍କାଏ ତାର ବାର୍ଷିକ ପ୍ୟାକ୍ ହଠାଇ ଦେଇଛି । ଏହାସହିତ ଯେଉଁମାନେ ଆଗରୁ ବାର୍ଷିକ ପ୍ୟାକ୍ କରିସାରିଛନ୍ତି ସେମାନଙ୍କର ଟଙ୍କାକୁ ଟାଟାସ୍କାଏ ଫେରାଇ ଦେବ ବୋଲି ଅଶ୍ୱାସନା ଦେଇଛି ।
ଟାଟାସ୍କାଏ ପୂର୍ବରୁ ୫୦୦-୬୦୦ ଟଙ୍କାରେ ପାଖାପାଖୀ ସମସ୍ତ ଚ୍ୟାନେଲ ଜାରିକରୁଥିଲା । କିନ୍ତୁ ଏବେ କାମ କରୁନାହିଁ । ସେଥିପାଇଁ ଟାଟାସ୍କାଏ ଦ୍ୱାରା ସମସ୍ତ ବାର୍ଷିକ ଏବଂ ଦୀର୍ଘକାଳୀନ ବ୍ୟବସ୍ଥାକୁ ରଦ୍ଦ କରିବାର ନିର୍ଣ୍ଣୟ କମ୍ପାନୀ ନେଇଛି ।
ଟାଟାସ୍କାଏ ପକ୍ଷରୁ କୁହାଯାଇଛି ଯେ, ଟ୍ରାଇର ନୂତନ ଟାରିଫ ପ୍ଲାନରେ ଏକ ନୂଆ ଯୋଜନା ରହିଛି । ଯାହାକୁ ସମସ୍ତ ଗ୍ରାହକ ମାଇଗ୍ରେଟ କରିବାର ଆବଶ୍ୟକତା ଅଛି । ବର୍ତ୍ତମାନ ଲମ୍ବା ପ୍ୟାକ୍ ପାଇଁ ଗ୍ରାହକ ସବସ୍କ୍ରାଇବ କରିବେ । ଫେବୃଆରୀ ୧,୨୦୧୯ ପରେ ନିଜ ପସନ୍ଦର ମାସିକ ପ୍ୟାକ୍ ରେ ମାଇଗ୍ରେଟ କରାଯିବ ।
କମ୍ପାନୀ ପକ୍ଷରୁ ପ୍ୟାକ୍ ଯେଉଁ ପ୍ୟାକ୍ ଲଞ୍ଚ କରାଯାଇଛି ତାହା ୧୮୧ ଟଙ୍କାରୁ ଆରମ୍ଭ । ଯାହାର ଅଧିକତମ ଦର ୭୬୬ ଟଙ୍କା ରହିଛି । ଯଦି ଆପଣ ହିନ୍ଦି ପ୍ୟାକ୍ ବାଛୁଛନ୍ତି ତେବେ ଏହାର ଦର ପ୍ରତି ମାସରେ ୨୧୨ରୁ ଆରମ୍ଭ ହୋଇ ୪୭୩ ମଧ୍ୟରେ ରହିଛି । ଏହାବ୍ୟତିତ ପ୍ୟାକ୍ ବାଛିବା ପରେ ପ୍ରତ୍ୟେକ ମାସରେ ଅଲଗା ନେଟୱାର୍କ କାପାସିଟି ଦର ଦେବାକୁ ପଡିବ ।
ସେଥିପାଇଁ ଆପଣଙ୍କୁ ଫେବୃଆରୀ ୧ରୁ ନୂଆ କନେକ୍ସନ ନେବାକୁ ପଡିବ । କେବଳ ଏତିକି ନୁହେଁ ପ୍ରତ୍ୟେକ କେବୁଲ ଏବଂ ଡିଟିଏଚ୍ କନେକ୍ସନ ପାଇଁ ଟଙ୍କା ଦେବାକୁ ପଡିବ ।