ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦୁନିଆର ସବୁଠାରୁ ଜଣାଶୁଣା ଆମେରିକି କମ୍ପାନୀ ଟେସ୍ଲା ବହୁତ ଶୀଘ୍ର ଭାରତରେ ପ୍ରବେଶ କରିବାକୁ ଯାଉଛି । ପ୍ରକୃତରେ ଭାରତରେ ଟେସ୍ଲା ତାର ୩ଇଭି କାର ବୁକିଂ ଆରମ୍ଭ କରିବାର ଯୋଜନା କରୁଛି ।
ଏକ ରିପୋର୍ଟ ମୁତାବକ, ୨୦୨୧ ମସିହା ଜାନୁଆରୀ ମାସରେ ଆଧିକାରିକ ରୂପେ ଭାରତରେ ଟେସ୍ଲା ପ୍ରବେଶ କରିବାର ଯୋଜନା କରୁଛି । ଏହାସହିତ ଟେସ୍ଲା ମଡେଲ ୩ ପାଇଁ ପ୍ରିବୁକିଂ ଖୋଲିବ ଏବଂ ପୁଣି ଜୁନ୍ ବା ୨୦୨୨ ର ଶେଷ ସୁଧା କାରର ଡେଲିଭରି ଆରମ୍ଭ କରିଦେବ । ସେହିପରି ନିକଟରେ ଟ୍ୱିଟ ଯୋଗେ ମସ୍କ କହିଥିଲେ କି,ଭାରତରେ ୨୦୨୧ରେ ଟେସ୍ଲା ଲଞ୍ଚ ହେବ । ଅନ୍ୟପଟେ ଟେସ୍ଲା ଦେଶରେ ଏକ ଆରଏଣ୍ଡଡି ସେଣ୍ଟର ଏବଂ ଏକ ବ୍ୟାଟେରୀ ମ୍ୟାନୁଫ୍ୟାକ୍ଚରିଂ କମ୍ପାନୀ ଖୋଲିବାର ଯୋଜନା କରିଛି ।
ଭାରତରେ ଟେସ୍ଲା ଆସିବା ପରେ ଇଭି କାର ସେଗମେଣ୍ଟରେ ଆଉ ଏକ ମଡେଲ ଆଣିପାରେ । ପ୍ରକୃତରେ ଭାରତୀୟ କମ୍ପାନୀ ମହିନ୍ଦ୍ରା, ଟାଟା, ହ୍ୟୁଣ୍ଡାଇ ମଧ୍ୟ ବଜାରରେ ଇଭି କାର ଲଞ୍ଚ କରିସାରିଛନ୍ତି । ଏବେ ଭାରତୀୟ ବଜାରରେ ଟେସ୍ଲା ଆସିବା ପରେ ଏହି କମ୍ପାନୀ ଗୁଡିକରେ ମୁକାବିଲା ଅଧିକ ବଢିଯିବ ।