ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଟେଲିଭିଜନ୍ ଡିଷ୍ଟ୍ରିବୁଟରଙ୍କୁ ସୁନିଶ୍ଚିତ କରିବା ପାଇଁ ଟ୍ରାଇ ପକ୍ଷରୁ କୁହାଯାଇଛି କି ଏକା ଭଳି ଚ୍ୟାନେଲକୁ ଏକାଠି ରଖାଯାଉ । ଯାହାଫଳରେ ଚ୍ୟାନେଲ ଗୁଡିକ ଏକସଙ୍ଗରେ ଦେଖିବାକୁ ସୁଯୋଗ ମିଳିବ । ଏହି ନିୟମରେ କୁହାଯାଇଛି କି ଯଦି ଏଭଳି ନ କରନ୍ତି ତେବେ ଡିଷ୍ଟ୍ରିବୁଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଗ୍ରାହକଙ୍କ ଅଭିଯୋଗ ପରେ ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି । ଗ୍ରାହକଙ୍କୁ ସୁବିଧାକୁ ଦୃଷ୍ଟିରେ ରଖି ଟ୍ରାଇର ଏହି ନିର୍ଦ୍ଦେଶ ଗୁରୁତ୍ୱପୂର୍ଣ୍ଣ ଅଟେ । କାରଣ ଏକାଭଳି ଚ୍ୟାନେଲକୁ ଏକସଙ୍ଗରେ ନରଖିବା ଦ୍ୱାରା ଗ୍ରାହକଙ୍କୁ ଚ୍ୟାନେ ଖୋଜିବାରେ ଅସୁବିଧା ହୋଇଥାଏ । ଏହାସହିତ ଚ୍ୟାନେଲ ଗୁଡିକ ଅଲଗା ଅଲଗା ସ୍ଥାନରେ ରହିବା ଦ୍ୱାରା ଚ୍ୟାନେଲର ରେଟିଙ୍ଗ ଉପରେ ପ୍ରଭାବ ପଡିଥାଏ । ଟ୍ରାଇର ଏହି ନିର୍ଦ୍ଦେଶ ସମସ୍ତ ଡିଷ୍ଟ୍ରିବୁଟରଙ୍କ ପାଇଁ ଜାରି କରାଯାଇଛି । ଏଥିରେ ଡିଟିଏଚ୍ ପରିଚାଳକ ତଥା ମଲ୍ଟି ସିଷ୍ଟମ ପରିଚାଳକ ସାମିଲ ଅଛି ।
ଟ୍ରାଇ ଏହି ନିର୍ଦ୍ଦେଶ ଦେଇ କହିଛି କି, ଗ୍ରାହକଙ୍କ ହିତ ଏବଂ ବିକାଶକୁ ଦୃଷ୍ଟିରେ ରଖି ଟେଲିଭିଜନର ସମସ୍ତ ଡିଷ୍ଟ୍ରିବୁଟରଙ୍କୁ ସୁନିଶ୍ଚିତ କରିବା ପାଇଁ ଏହି ନିର୍ଦ୍ଦେଶ ଦିଆଯାଇଛି । ଏହି ନିୟମ ଅନୁଯାୟାୀ ଏକାଭଳି ଚ୍ୟାନେଲକୁ ଏକସଙ୍ଗରେ ରଖାଯାଉ, ଯାହାଦ୍ୱାରା ଗୋଟ ସ୍ଥାନରୁ ଚ୍ୟାନେଲ ଗୁଡିକୁ ସହଜରେ ଦେଖି ହେବ । ଯଦି କୌଣସି ଡିଷ୍ଟ୍ରିବୁଟର ଏହି ନିୟମକୁ ପାଳନ ନକରନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଟ୍ରାଇର ପରାମର୍ଶଦାତ୍ତା ଅରବିନ୍ଦ କୁମାର କହିଛନ୍ତି କି, ଏହି ନିୟମ ପାଳନ କରିବା ପାଇଁ ଟେଲିଭିଜନ ଡିଷ୍ଟ୍ରିବୁଟରଙ୍କୁ କଡା କଡି ଭାବେ ନିର୍ଦ୍ଦେଶ ଦିଆଯାଇଛି । ଯେପରି ଗ୍ରାହକ କୌଣସି ପ୍ରକାରେ ଅସୁବିଧାର ସମ୍ମୁଖୀନ ନହୁଅନ୍ତୁ ସେନେଇ ଏହି ନିର୍ଦ୍ଦେଶ ଜାରି କରାଯାଇଛି ।